ବିଦେଶ ମାଟିରେ ଓଡିଆ ଝିଅଙ୍କ କମାଲ ! ମିସେସ୍ ଇଣ୍ଡିଆ ୟୁଏସଏ-୨୦୧୬ର ମୁକୁଟ ଜିଣିଲେ ସରିତା

45

ବିଦେଶ ମାଟିରେ ଓଡିଆ ଝିଅଙ୍କ କମାଲ, ପୁଣିଥରେ ଭୁବନେଶ୍ୱର ଝିଅ ସରିତା ପଟ୍ଟନାୟକ ଆମେରିକାରେ ନିଉଜର୍ସିରେ ଅନୁଷ୍ଠିତ ଏକ ଅର୍ନ୍ତଜାତୀୟସ୍ତରର ସୁନ୍ଦରୀ ପ୍ରତିଯୋଗିତାରେ ମିସେସ୍ ଇଣ୍ଡିଆ ୟୁଏସଏର ମୁକୁଟ ଜିଣିଛନ୍ତି । ଶତାଧିକ ପ୍ରତିଯୋଗୀଙ୍କୁ ପଛରେ ପକାଇ ସରିତା ଏହି ମର୍ଯ୍ୟାଦାଜନକ ପ୍ରତିଯୋଗିତାରେ ବିଜୟୀ ହୋଇଛନ୍ତି । ଆମେରିକାରେ ରହୁଥିବା ପ୍ରବାସୀ ଭାରତୀୟଙ୍କ ମଧ୍ୟରେ ଖୁସିର ମାହୋଲ ଖେଳିଯାଇଛି ।

ସରିତା ଏହାପୂର୍ବରୁ ଚିକାଗୋରେ ଅନୁଷ୍ଠିତ ସୁନ୍ଦରୀ ପ୍ରତିଯୋଗିତାରେ ମଧ୍ୟ ମିସେସ୍ ଇଣ୍ଡିଆ ଚିକାଗୋ ଟାଇଟଲ୍ ସଫଳତାର ସହ ଜିଣିଥିଲେ । ଗତବର୍ଷର ମିସେସ୍ ଇଣ୍ଡିଆ ୟୁଏସଏ ଶ୍ରୀମତୀ ନେହା ମୁଲତାନି ଭର୍ମା ତାଙ୍କୁ ପୁରସ୍କୃତ କରିଥିଲେ ।

ଭୁବନେଶ୍ୱରର ହରିରଂଜନ ପଟ୍ଟନାୟକ ଓ ଗୀତାଜଂଳି ପଟ୍ଟନାୟକଙ୍କ ଝିଅ ସରିତା ଭଦ୍ରକ ନିବାସୀ ସତ୍ୟ ମହାପାତ୍ରଙ୍କୁ ବିବାହ କଲାପରେ ଆମେରିକାରେ ରହୁଛନ୍ତି । ପେସାରେ ସରିତା ଜଣେ ଇଂଟିରିୟର ଡିଜାଇନର ଭାବରେ କାର୍ଯ୍ୟରତ ।