ରଜକୁ ଆସୁଛନ୍ତି ‘ରୋମିଓ ଜୁଲିଏଟ୍’ ! ପ୍ରେମ ବାଣ୍ଟିବେ ଅରିନ୍ଦମ୍ ଓ ବର୍ଷା

161

ରଜ ବଜାରକୁ ଆସୁଛି ଆଉ ଏକ ଓଡ଼ିଆ ସିନେମା ‘ରୋମିଓ ଜୁଲିଏଟ୍ ’ । ଅରିନ୍ଦମ ଓ ବର୍ଷା ଅଭିନୀତ ଏହି ସିନେମାଟି ଖୁବ୍ ମନୋରଂଜନ କରିବ ବୋଲି ଆଶା ରଖିଛନ୍ତି ସିନେପ୍ରେମୀ । ଆର୍ ଆର୍ ଇଭେଣ୍ଟ୍ ବ୍ୟାନରରେ ନିର୍ମିତ ଏହି ଚଳଚ୍ଚିତ୍ରରେ କିଛିଟା ଅଲଗା କରିବାକୁ ଚେଷ୍ଟା କରିଛନ୍ତି ନିର୍ଦ୍ଦେଶକ ସୁଧାକର ବସନ୍ତ ।

‘ଏ ମନ ମାନେନା’ ଓ ‘ପର୍ଶୁରାମ’ ଚଳଚ୍ଚିତ୍ର ପରେ ଦର୍ଶକ ଏହି ଚଳଚ୍ଚିତ୍ରରେ ବର୍ଷା ଓ ଅରିନ୍ଦମଙ୍କ ଯୋଡିକୁ ଦେଖିବେ । ଏହି ଫିଲ୍ମର ଗୀତକୁ ସଂଗୀତ ଦେଇଛନ୍ତି ପ୍ରେମ୍ ଆନନ୍ଦ । ଗୀତ ରଚନା କରିଛନ୍ତି ସୁବ୍ରତ୍ । ସିନେମାଟି ରଜରେ ଭଲ ବ୍ୟବସାୟ କରିବା ସହ ଦର୍ଶକଙ୍କୁ ପସନ୍ଦ ଆସିବ ବୋଲି ପ୍ରଯୋଜକ ଆଶା ରଖିଛନ୍ତି ।