ପୂଜା ବଜାରରେ ଦର୍ଶକଙ୍କୁ କିମିଆ କରୁଛି “ଛାତି ତଳେ ଡିଂ ଡଂଗ୍”: ପ୍ରିମିୟର ସୋ’ରେ ଜମିଛି ଦର୍ଶକଙ୍କ ଭିଡ

32

କନକ ବ୍ୟୁରୋ : ପୂଜା ବଜାରରେ ଦର୍ଶକଙ୍କୁ କିମିଆ କରୁଛି ଓଲିଉଡ୍ ମୁଭି ଛାତି ତଳେ ଡିଂ ଡଂଗ୍ । ଫିଲ୍ମର ପ୍ରିମିୟର ସୋ’ରେ ହଲରେ ଜମିଥିଲା ଦର୍ଶକଙ୍କ ଭିଡ । ଏହି ଅବସରରେ ଫିଲ୍ମର ଲିଡ୍ କଳାକାର ଫିଲ୍ମ ଦେଖିଛନ୍ତି । ସବ୍ୟସାଚୀ, ବର୍ଷା ଓ ଅର୍ଚିତାଙ୍କ ସହ ଫିଲ୍ମର ଅନ୍ୟ କଳାକାର ହଲରେ ଦର୍ଶକଙ୍କ ସହ ଫିଲ୍ମର ମଜା ଉଠାଇଥିଲେ ।

ସେପଟେ ରିଲିଜର ଦ୍ୱିତୀୟ ଦିନରେ ସବୁ ହଲରେ ହାଉସ୍ ଫୁଲ୍ ହେଉଛି ଛାତି ତଳେ ଡିଂ ଡଂଗ୍ । ଆଡଭାନ୍ସ ଟିକେଟ୍ ବୁକ୍ ହେଉଛି । ଭୁବନେଶ୍ୱର ଓ କଟକ ସହ ଅନ୍ୟ ସହରରେ ବି ଫିଲ୍ମକୁ ବେଶ୍ ପସନ୍ଦ କରୁଛନ୍ତି ଦର୍ଶକ । କିଏ ଫିଲ୍ମର ଷ୍ଟୋରୀ ଲାଇନ୍ ତ ଆଉ କିଏ ଗୀତକୁ ପସନ୍ଦ କରୁଛନ୍ତି । ମୋଟାମୋଟି ଭାବେ କହିବାକୁ ଗଲେ ଦଶହରା ବଜାରରେ ଫିଲ୍ମଟି ଦର୍ଶକଙ୍କୁ ଭରପୂର ଏଂଟରଟେନମେଂଟର ଖୋରାକ ଯୋଗାଉଛି ।

ଦେଖନ୍ତୁ ଏହି ଭିଡିଓ –