ଆସନ୍ତା ପୂଜାକୁ ଆସୁଛି ଓଡ଼ିଆ ଫିଲ୍ମ ‘ଛାତି ତଳେ ଡିଙ୍ଗ୍ ଡଙ୍ଗ୍’ : ରିଲିଜ ହେଲା ଫିଲ୍ମର ଅଡ଼ିଓ

141

vlcsnap-2016-09-24-09h30m25s473କନକ ବ୍ୟୁରୋ : ମଂଜରୀ ମୁଭିଜର ସପ୍ତମ ଚଳଚ୍ଚିତ୍ର ‘ଛାତି ତଳେ ଡିଙ୍ଗ୍ ଡଙ୍ଗ୍’ର ଅଡିଓ ରିଲିଜ ହୋଇଛି । ଭୁବନେଶ୍ୱରସ୍ଥିତ ହୋଟେଲ କ୍ରାଉନରେ ଅନୁଷ୍ଠିତ ରିଲିଜ କାର୍ଯ୍ୟକ୍ରମରେ ଧୁମଧାମରେ ଗୀତଗୁଡିକ ରିଲିଜ ହୋଇଛି । ଏହି ଅବସରରରେ ପ୍ରଯୋଜକ ତଥା ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ ଓ ଚଳଚ୍ଚିତ୍ରର ସମସ୍ତ କଳାକାର ଉପସ୍ଥିତ ଥିଲେ ।

vlcsnap-2016-09-24-09h32m48s184ଏହି ଫିଲ୍ମରେ ସାତୋଟି ସୁମଧୁର ଗୀତ ରହିଥିଲାବେଳେ ଏହାକୁ ନିର୍ଦେଶନା ଦେଇଛନ୍ତି ବିଶିଷ୍ଟ ସଂଗୀତ ନିର୍ଦେଶକ ମଳୟ ମିଶ୍ର । ଗୀତ ଗୁଡିକୁ ବସନ୍ତରାଜ ସାମଲ, ନିର୍ମଳ ନାୟକ, ଅରୁଣ ମନ୍ତ୍ରୀ, ବାପୁ ଗୋସ୍ୱାମୀ ଓ ମଳୟ ମିଶ୍ର ଲେଖିଥିବାବେଳେ ଏହାକୁ କଣ୍ଠଦାନ କରିଛନ୍ତି ଇରା ମହାନ୍ତି, ସତ୍ୟଜିତ, ସଂଗ୍ରାମ, ଶୈଳଭାମା ଓ ଅଂଜଳି ମିଶ୍ର ।

ପିଲ୍ମରେ ପ୍ରଥମଥର ପାଇଁ ଓଲିଉଡର ଦୁଇ ଶ୍ରେଷ୍ଠ ଅଭିନେତ୍ରୀ ଅର୍ଚ୍ଚିତା ଓ ବର୍ଷା ଅଭିନୟ କରୁଛନ୍ତି, ଏବଂ ତାଙ୍କ ଅପୋଜିଟରେ ଅଛନ୍ତି ରୋମାଂଟିକ୍ ହିରୋ ସବ୍ୟସାଚ୍ଚି । ଫିଲ୍ମଟି ଆସନ୍ତା ଦଶହରାରେ ମୁକ୍ତିଲାଭ କରୁଥିବାବେଳେ ଗୀତଗୁଡିକ ବେଶ ଲୋକପ୍ରିୟ ହେବ ବୋଲି ଆଶାବାଦୀ ଅଛନ୍ତି ପ୍ରଯୋଜକ ସୌମ୍ୟରଞ୍ଜନ ପଟ୍ଟନାୟକ । ରିଲିଜ କାର୍ଯ୍ୟକ୍ରମର ନ୍ୟୁଜ ସହିତ ଦେଖନ୍ତୁ ଏହି ଭିଡିଓ :