ରଜରେ ଧମାକା କରିବ ଓଡ଼ିଆ ସିନେମା ! ଦମଦାର୍ ଆକ୍ସନରେ ମନ ମୋହିବ ‘ ଅଭୟ’

362

ଚଳିତ ବର୍ଷ ରଜ ବଜାରକୁ ସରଗରମ୍ କରିବାକୁ ଆସୁଛି ଓଡ଼ିଆ ସିନେମା ‘ ଅଭୟ’ ।  ରଜରେ ଯେପରି ସିନେ ପ୍ରେମୀ ମନୋରଂଜନର ସବୁ ପ୍ରକାରର ଖୋରାକ୍ ପାଇବେ ସେଥିପାଇଁ ଦମଦାର୍ କାହାଣୀ ଓ ଆକ୍ସନର ଫେଣ୍ଟାଫେଣ୍ଟିରେ ଆସୁଛି ଏହି ସିନେମା । ଏକ ପ୍ରତିଷ୍ଠିତ ପ୍ରଡକ୍ସନ ବ୍ୟାନର ତଳେ ନିର୍ମିତ ଏହି ଫିଲ୍ମ ‘ ଅଭୟ’ର ମୁଖ୍ୟ ଭୂମିକାରେ ଅଛନ୍ତି ,ଅନୁଭବ ଓ ଏଲିନା । ଏଥିରେ ଏଲିନା ଦ୍ୱିତୀୟ ଥର ପାଇଁ ଅନୁଭବଙ୍କ ବିପକ୍ଷରେ ନାୟିକା ଭୂମିକାରେ ଆସୁଛନ୍ତି ।

କେ.ମୂରଲିକ୍ରିଷ୍ଣାଙ୍କ ଅନୁଭବୀ ନିର୍ଦ୍ଦେଶନା ସହ ପ୍ରେମ ଆନନ୍ଦଙ୍କ ସୁମଧୁର ସଙ୍ଗୀତ ସିନେମାର ପ୍ଲସ୍ ପଏଣ୍ଟ ହେବ । ସଂଳାପରେ ଅଛନ୍ତି ସନ୍ତୋଷ ନାରାୟଣ ଦାସ । ଏହା ତାମିଲ୍ ଚଳଚ୍ଚିତ୍ର ‘କଥି’ର ନକଲ ବୋଲି କୁହାଯାଉଛି । ଓଡ଼ିଆ ଦର୍ଶକ ନିଶ୍ଚେ ଏହି ରିମେକ୍ ସିନେମାକୁ ପସନ୍ଦ କରିବେ ବୋଲି ପ୍ରଯୋଜନା ସଂସ୍ଥା ଆଶା ବାଢିଛି ।