ପରପାରିରେ ବିଶିଷ୍ଟ ଫିଲ୍ମ ନିର୍ଦ୍ଦେଶକ ଗୋବିନ୍ଦ ତେଜ

2

କନକ ବ୍ୟୁରୋ : ବର୍ଷିଆନ ଅଭିନେତା ତଥା ବିଶିଷ୍ଟ ଫିଲ୍ମ ନିର୍ଦ୍ଦେଶକ ଗୋବିନ୍ଦ ତେଜଙ୍କ ପରଲୋକ ହୋଇଯାଇଛି । ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ତାଙ୍କର ପରଲୋକ ଘଟିଛି । ୮୮ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ଦୁଇ ମାସଧରି ସେ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ନିର୍ଦ୍ଦେଶକ ଗୋବିନ୍ଦ ତେଜଙ୍କ ଫିଲ୍ମ କାବେରୀ, ତୁଣ୍ଡବାଇଦ, ସ୍କୁଲ ମାଷ୍ଟର, ରାମାୟଣଗାରେ ସିନ୍ଦୁର ଧାରେ ଲୁହ ବେଶ୍ ଲୋକପ୍ରିୟ ହୋଇଥିଲା । 

“ମା” ଫିଲ୍ମ ଜରିଆରେ ସେ ଓଲିଉଡରେ ନିଜ କ୍ୟାରିଅର ଆରମ୍ଭ କରିଥିଲେ । ବନ୍ଧନ, ଧରିତ୍ରୀ, ମନ ଆକାଶ, ବନ୍ଧୁ ମହାନ୍ତି ଓ ନାଗଫାଶ ସହ ଅନେକ ଫିଲ୍ମରେ ତାଙ୍କ ଅଭିନୟ ଦେଖିବାକୁ ମିଳିଥିଲା। ୧୯୭୦ ଦଶକରେ କୃଷ୍ଣ ସୁଦାମା ଫିଲ୍ମ ଜରିଆରେ ସେ ଫିଲ୍ମ ପ୍ରଡକସନ୍ କାର୍ଯ୍ୟ ଆରମ୍ଭ କରିଥିଲେ । ୫୦ବର୍ଷରୁ ଅଧିକ ସମୟ ଧରି ସେ ଓଡ଼ିଆ ଫିଲ୍ମ ଜଗତରେ ଜଡିତ ଥିଲେ । ଇଞ୍ଜିନିୟରିଂ ଛାଡି ଫିଲ୍ମ ଦୁନିଆରେ ପାଦ ଦେଇଥିଲେ ନିର୍ଦ୍ଦେଶକ , ପ୍ରଯୋଜକ ତଥା ଅଭିନେତା ଗୋବିନ୍ଦ ତେଜ୍ । ୧୯୮୬ ମସିହାରେ ତାଙ୍କୁ ଜୟଦେବ ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।

Comments are closed.