ବିଦେଶୀ ଧୂନରେ ଓଡିଶୀ ନୃତ୍ୟକୁ ପ୍ରତିବାଦ ! ଏଡ୍ ସିରନଙ୍କ ‘ସେପ୍ ଅଫ୍ ୟୁ’ ଆଲବମକୁ ନେଇ ଓଡିଶାରେ ଅସନ୍ତୋଷ

55

କନକ ବ୍ୟୁରୋ : ବିଦେଶୀ ଗୀତ ଧୂନରେ ଓଡିଶୀ ନୃତ୍ୟକୁ ପ୍ରତିବାଦ । ଓଡିଶୀ ଓଡିଶାର ପରିଚୟ । ଏହାକୁ ନେଇ କୌଣସି ପ୍ରକାର ଭୁଲ ଉପସ୍ଥାପନାକୁ ଗ୍ରହଣ କରାଯାଇପାରିବ ନାହିଁ । ଏଭଳି ଦୃଢୋକ୍ତି ପ୍ରକାଶ କରିଛନ୍ତି ରାଜ୍ୟର ବିଶିଷ୍ଟ ନୃତ୍ୟଶିଳ୍ପୀମାନେ । ଏଡ୍ ସିରନଙ୍କ ମ୍ୟୁଜିକ୍ ଭିଡିଓକୁ ନେଇ ଜଣାଇଛନ୍ତି ପ୍ରତିବାଦ ।

ଓଡିଶା ମାଟି, ସଂସ୍କୃତି, ଚଳଣିର ଭାଷା କହେ ଓଡିଶୀ । ଓଡିଶୀ ସଂଗୀତ ତାଳେ ତାଳେ ଏବଂ ନୃତ୍ୟଶିଳ୍ପୀ ନୁପୁରର ଝଙ୍କାରରେ ମନ ହୋଇଯାଏ ଯେମିତି ଆନମନା । କିନ୍ତୁ ୟୁଟ୍ୟୁବରେ ରିଲିଜ୍ ହୋଇଥିବା ବିଦେଶୀ ଗାୟକ ତଥା ଗୀତିକାର ଏଡ ସିରନଙ୍କ ମ୍ୟୁଜିକ୍ ଭିଡିଓକୁ ନେଇ ଦେଖାଦେଇଛି ବିବାଦ । ସିରନଙ୍କ ଆଲବମ୍ ‘ସେଫ୍ ଅଫ ୟୁ’ରେ ପପ୍ ସଂଗୀତରେ ଓଡିଶୀ ନୃତ୍ୟକୁ ବିରୋଧ କରିଛନ୍ତି ବିଶିଷ୍ଟ ଓଡିଶୀ ନୃତ୍ୟ ଶିଳ୍ପୀ ।

ଯେଉଁଠି ଓଡିଶୀରେ ଓଡିଶାର ଛାପ ନାହିଁ, ତାହା ଗ୍ରହଣୀୟ ନୁହେଁ । ନୂତନତ୍ୱ ଦେଖାଇବା ପାଇଁ ଯେକୌଣସି ପ୍ରକାର ପରୀକ୍ଷା ନିରୀକ୍ଷାକୁ ଅନୁମତି ଦେବା ଅନୁଚିତ୍ । ‘ସେଫ୍ ଅଫ ୟୁ’ ଆଲବମରେ ଐତିହାସିକ କିର୍ତ୍ତିରାଜିର ପୃଷ୍ଠଭୂମିରେ ବିକéତ ନାଚକୁ ଓଡିଶୀ ଭାବେ ଗ୍ରହଣ କରିବା ଅସହ୍ୟ ବୋଲି ମତ ଦେଇଛନ୍ତି ଓଡିଶୀ ନୃତ୍ୟଶିଳ୍ପୀ । ଏହା ବିଶ୍ୱ ଦରବାରରେ ଓଡିଶୀକୁ ଭୁଲ ଭାବରେ ଉପସ୍ଥାପନ କରୁଥିବା ସେମାନେ ମତ ଦେଇଛନ୍ତି ।