ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସ ଅବସରରେ ଦିଲ୍ଲୀ ଦରବାରରେ ଦେଖାଯିବନାହିଁ ଓଡିଶାର ପ୍ରଜ୍ଞାପନୀ ମେଢ ! 

211

ଓଡିଶାବାସୀଙ୍କ ପାଇଁ ଗର୍ବ ଏବଂ ଗୌରବର ବିଷୟ ପାଲଟିଥିବା ଓଡିଶା ପ୍ରଜ୍ଞାପନୀ ମେଢ ଚଳିତବର୍ଷ  ସାଧାରଣତନ୍ତ୍ର ଦିବସ ଅବସରରେ ନୂଆଦିଲ୍ଲୀରେ ଦେଖାଯିବ ନାହିଁ । ଓଡିଶା ତରଫରୁ ଚାରୋଟି ଡିଜାଇନ୍ କୁ ପ୍ରତିରକ୍ଷା ମନ୍ତ୍ରାଳୟ ତରଫରୁ ପ୍ରତ୍ୟାଖାନ କରିବା ପରେ ଏଥିରେ ଅସନ୍ତୁଷ୍ଟତା ଦେଖାଦେଇଥିଲା । ଏହି ଡିଜାଇନ୍ ଭିତରେ ପାଇକ ବିଦ୍ରୋହର ଚିତ୍ର ମଧ୍ୟ ଦେଖିବାକୁ ମିଳିଥିଲା ।

 

ରିପୋର୍ଟ ଅନୁସାରେ ପାଇକ ବିଦ୍ରୋହର ଡିଜାଇନ୍ ସହ ବ୍ରହ୍ମପୁର ଠାକୁରାଣୀ ଯାତ୍ରାର ଡିଜାଇନ୍ ମଧ୍ୟ ଥିଲା । ଯାହା ପେନାଲ୍ ସଦସ୍ୟଙ୍କୁ ଖୁବ୍ ଭଲ ଲାଗିଥିଲା କିନ୍ତୁ ପରମୁହୂର୍ତ୍ତରେ ଏହାର ଡେମୋ ଦେଖି ଜୁରୀ ମେମ୍ବର୍ ଏହାକୁ ପ୍ରତ୍ୟାଖାନ କରିଥିଲେ । ସାଧାରଣତଃ ପ୍ରତିରକ୍ଷା ମନ୍ତ୍ରାଳୟର ଜୁରୀ ସଦସ୍ୟଙ୍କ ତରଫରୁ ପ୍ରତିବର୍ଷ ୧୩ ରୁ ୧୪ ଟି ଡିଜାଇନକୁ ସାଧାରଣତନ୍ତ୍ର ଦିବସ ଅବସରରେ ପରିବେଶଣ ପାଇଁ ମଞ୍ଜୁରୀ ମିଳିଥାଏ । ଆଇଆଣ୍ଡପିଆର୍ ବିଭାଗ ତରଫରୁ କୁହାଯାଇଛି ଯେ , ଓଡିଶା ପାଇଁ ଏହା ଏକ ଦୁଃଖର ବିଷୟ ଯେ ୨ ବର୍ଷ ହେଲା ଏଭଳି କୌଣସି ପାରଦର୍ଶିତା ଦିଲ୍ଲୀ ଦରବାରରେ ପ୍ରଦର୍ଶିତ ହୋଇପାରିନାହିଁ ।