#ଡାହା ମିଛ । କୋଣାର୍କକୁ ଅସହାୟ କରିଦେଲା କି ଏଏସଆଇ ?

#ଡାହା ମିଛ । ପଥର କଳାରେ ଶୋଭା ପାଉଥିଲା କୋଣାର୍କର କୀର୍ତ୍ତୀ ! କୁଆଡ଼େ ଗଲା ପଥର, ଅସହାୟ କୋଣାର୍କ ମନ୍ଦିର, ବିଶ୍ୱ ଦରବାରରେ ଓଡ଼ିଶା କଳା,ସଂସ୍କୃତିର ଅନନ୍ୟ ଗାଥା କୋଣାର୍କ ଏବେ ମୂଲ୍ୟହୀନ !

415

(ସମସ୍ତ ବାକ୍ୟ କାଳ୍ପନିକ । ଏଥିରେ କୈାଣସି ସତ୍ୟତା ନାହିଁ । ବିଲକୁଲ ଦେହକୁ ନେବେନି କିମ୍ବା ଆମକୁ ଗାଳି କରିବେନି । ଏହା କେବଳ ମଜା ପାଇଁ ଉଦ୍ଦିଷ୍ଟ ।

କନକ ବ୍ୟୁରୋ: ଏବେ ଯାହା ମୁହଁ ରେ ଶୁଣିବ କେଵଳ ଗୋଟିଏ କଥା। ସଂକଟରେ ସୂର୍ଯ୍ୟ ମନ୍ଦିର। ବିଶ୍ୱର ଐତିହ୍ୟ ମଧ୍ୟରୁ କୋଣାର୍କ ସୂର୍ଯ୍ୟ ମନ୍ଦିର ଅନ୍ୟତମ।  ତେଣୁ ଏଭଳି ଆଲୋଚନା ଶୁଣି ପ୍ରକୃତ ଘଟଣା ଜାଣିବା ପାଇଁ ମନ ବ୍ୟସ୍ତ ହୋଇ ପଡ଼ୁଥାଏ  । ଅଫିସରୁ ଛୁଟି ନେଇ କୋଣାର୍କ ବୁଲିବାକୁ ଗଲି। ସେଠି ପହଂଚିଲା ପରେ ଟିକେଟ କଲି ଆଉ ଭିତରକୁ ଗଲି ଦେଖିବାକୁ ଯେ କଣ ଏମିତି ସଙ୍କଟ କୋଣାର୍କ ମନ୍ଦିର ଉପରେ ପଡିଛି।

konarkକିଛି ବାଟ ଗଲା ପରେ ଦେଖିଲି ସୂର୍ଯ୍ୟ ମନ୍ଦିର ଗର୍ଭ ଗୃହ ପାଖରେ ଶିଉଳି ଲାଗି ଗଲାଣି ।  ଆଉ ବଡ଼ ବଡ଼ ଗଛ ମଧ୍ୟ ପଥର ଫାଙ୍କରୁ ଅନେଇ ବସିଛନ୍ତି। ଏଭଳି ଦେଖି ଲାଗିଲା ସୂର୍ଯ୍ୟ ମନ୍ଦିର ଠୁ ତ ଆମ ଗାଁ ଶନି ମନ୍ଦିର ଚକ ଚକ କରୁଛି। ହଉ ଛାଡ଼ ଆଗକୁ ଯିବା ସରକାର ଆଉ ଏଏସଆଇ ବା ପ୍ରତ୍ନତତ୍ୱ ବିଭାଗ ଏହାର ତଦାରଖ କରୁଛନ୍ତି ପରା ବୁଝନ୍ତୁ ଏଥର। ପୁଣି କିଛି ବାଟ ଆଗକୁ ଗଲାପରେ ଯାହା ଦେଖିଲି କେବେ ଆଖିକୁ ଵିଶ୍ଵାସ ହେଲାନି। କାରଣ ଯେଉଁ ସୂର୍ଯ୍ୟ ମନ୍ଦିରର କାରୁକାର୍ଯ୍ୟ ମୂର୍ତ୍ତି ଦେଖିବାକୁ ବିଶ୍ଵର କୋଣାଅନୁକୋଣ ରୁ ଲୋକେ ଆସିଥାନ୍ତି ଆଜି ସେହି ମୂର୍ତ୍ତି ନିଜର ଅସ୍ତିତ୍ବ ଖୋଜୁଛି। କାହାର ହାତ ଥିଲେ ଗୋଡ଼ ନାହିଁ ତ ଆଉ କାହାର ଗୋଡ଼ ଥିଲେ ମୁଣ୍ଡ ନାହିଁ। କଥା ଟା ଏବେ ବୁଝାପଡ଼ିଲା ଯେ ଏଇଥିପାଇଁ ଲୋକେ କହୁଥିଲେ ସଂକଟରେ ସୂର୍ଯ୍ୟ ମନ୍ଦିର।

KONARKଧୀରେ ଧୀରେ ସବୁ ବୁଝିପଡ଼ିଲା ବେଳକୁ କିଛି ପଡ଼ୋଶୀ ରାଜ୍ୟର ପର୍ଯ୍ୟଟକଙ୍କ କଥାଶୁଣି ବହୁତ ବଧିଲା। ସେମାନଙ୍କ କହିବା କଥା ଯେ, ଏଭଳି ଫୁଙ୍ଗୁଳା ମନ୍ଦିର ଆଉ ଖାଲି ପଥର ଦେଖିବାର ଥିଲେ ଆମ ରାଜ୍ୟରେ ଦେଖିଥାନ୍ତେ ଓଡ଼ିଶା ଆସିକି ଭୁଲ କରିଦେଲେ। ସେମାନଙ୍କ କହିବା ବି ଯୁକ୍ତିଯୁକ୍ତ , କାରଣ କୋଣାର୍କର ଯେଉଁ ଐତିହ୍ୟ ପଥର କାରିଗରୀ ସାରା ବିଶ୍ୱରେ ପରିଚିତି ରହିଛି। ସେଗୁଡିକ ଧୀରେ ଧୀରେ ଲୋପ ପାଇବାକୁ ବସିଲାଣି। ଯାହାର ପଥର କାରୀଗରୀକୁ ୧୨୦୦ ବଢ଼େଇ ଦିନରାତି ଏକକରି ନିର୍ମାଣ କଲେ ଏବଂ ମନ୍ଦିରର ଶିଖର ଚୁଳୀ ମାରିବାକୁ ଧର୍ମପଦ ତା’ର ଜୀବନ ଦେଇଥିଲା ଆଜି ଯେମିତି ଲାଗୁଛି କୋଣାର୍କ ଆଖି ଲୁହରେ ପଥରକଳା ଧୋଇ ହୋଇ ଯାଉଛି।

ବି. ଦ୍ର : ଉପରୋକ୍ତ ସମସ୍ତ ବାକ୍ୟ କାଳ୍ପନିକ । ଏଥିରେ କୈାଣସି ସତ୍ୟତା ନାହିଁ । ଯେଉଁଭଳି ଭାବେ ଗତ କିଛି ଦିନ ହେବ କୋଣାର୍କର କାରୁକାର୍ଯ୍ୟ ପଥର ଗାଏବ ହେବା ବିବାଦ ଆରମ୍ଭ ହୋଇଛି ତାହା ଆପଣଙ୍କୁ ଭିନ୍ନ ଢଙ୍ଗରେ ବୁଝାଇଲୁ । ବିଲକୁଲ ଦେହକୁ ନେବେନି କିମ୍ବା ଆମକୁ ଗାଳି କରିବେନି ।

ବି. ଦ୍ର : ଆପଣ ମଧ୍ୟ ଏଭଳି ଚିନ୍ତାଧାରାରେ ଲେଖା ଆମ ପାଖକୁ ପଠାଇବାକୁ ଚାହାନ୍ତି ତେବେ ଆମ ହ୍ୱାଟସଆପ ନମ୍ବରକୁ ପଠାଇପାରିବେ । ଆମ ନମ୍ବର – ୯୧୭୮୪୬୭୦୦୫