ସ୍ୱାଧୀନତା ସଂଗ୍ରାମ ସମୟରେ ଜାତୀୟତାବାଦୀ : ଓଡିଆ କବିଙ୍କ ଦ୍ୱାରା ରଚିତ ଲୋକଙ୍କୁ ଜାଗ୍ରତ କରିଥିବା କିଛି ସଂଗୀତ

43

ଆମର ସ୍ୱାଧୀନତା ସଂଗ୍ରାମ ଏକ ବିରାଟ କାହାଣୀ । ଏହା ଦିନେ ନୁହେଁ ମାସେ ନୁହଁ ଏ ସ୍ୱାଧୀନତା ଆନ୍ଦୋଳନ ୧୮୫୭ ରୁ ଆରମ୍ଭ ହୋଇ ୧୯୪୭ ରେ ଏହାର ଅନ୍ତ ହୋଇଥିଲା। ଏହି ସ୍ୱାଧୀନତା ସଂଗ୍ରାମ ହେଉଛି ସମଗ୍ର ଭାରତ ବାସୀଙ୍କର ତ୍ୟାଗ, ବିରତ୍ୱ, ଶୌର୍ଯ୍ୟ ଓ ବିକ୍ରମର କାହାଣୀ। ଏଥିରେ ସମଗ୍ର ଭାରତ ବର୍ଷର ଅନ୍ୟାନ୍ୟ ଅଂଚଳ ପରି ଆମ ରାଜ୍ୟ ଓଡିଶା ମଧ୍ୟ ଏକ ପ୍ରମୁଖ ଓ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିଲା । ଓଡିଶାର କିଛି ମହାନ କବି ତାଙ୍କ କବିତାରେ ଲୋକଙ୍କୁ ଅନୁପ୍ରାଣିତ କରିଥିଲେ ।

ଫକୀରମୋହନ ସେନାପତି :

“ଭାଷା ହିଁ ଜୀବନଶକ୍ତି ଜାତିମାନଙ୍କର
ଯେଉଁ ଜାତି ଭାଷାହୀନ ସେ ଜାତି ବର୍ବର”

“ପଢ଼ିଲି ନାନାଦେଶ ଭାଷା
କାହିଁତ ନ ପୂରିଲା ଆଶା
ହେଉ ପଛକେ ସେ ନିକୃଷ୍ଟ
ମୋ ମାତୃଭାଷା ମୋତେ ଶ୍ରେଷ୍ଠ” ।

ଗଙ୍ଗାଧର ମେହେର :

“ବାଛି ବାଛି ସୁଧାର୍ମିକ ପାପଭୀରୁ ଜନ
ହେବ ଯଦି ପଂଚାୟତ ଗଠନ ସୃଜନ
ଶିକ୍ଷା ଦିଆଯାଉଥିବ ବାରବାର ସାବଧାନ
କରାଯାଉଥିବ ବାରବାର ସାବଧାନ”

“ମାତୃଭୂମି ମାତୃଭାଷାରେ ମମତା ଯାହୃଦେ ଜନମି ନାହିଁ
ତାକୁ ଯଦି ଜ୍ଞାନୀ ଗଣରେ ଗଣିବା
ଅଜ୍ଞାନୀ ରହିବେ କାହିଁ ?”

ମଧୁସୂଦନ ରାଓ :

୧. “ତୁହି ମା ଜନମ ଭୂମି ପବିତ୍ର ଭାରତଭୂମି
ତୋହରି ସନ୍ତାନ ଆମ୍ଭେ ଅଟୁଁ ସରବେ
ତୋ’ର ଶ୍ରୀଚରଣ ସେବା ପାଇଁ ମନ ପ୍ରାଣ ଦେବା
ଗାଇବା ତୋହର ନାମ ଆନନ୍ଦ ରବେ
ତୋ’ ଆନନ୍ଦେ ହୋଇବା ସୁଖୀ
କାନ୍ଦିବା ଦୁଃଖରେ ତୋ’ର ହୋଇଣ ଦୁଃଖୀ”

୨. “ମାତୃଭୂମି ମାତୃଭାଷା ଉଭୟେ ଜନନୀ
ସେବ ତାଙ୍କୁ ଭକ୍ତିଭରେ ଦିବସ ରଜନୀ
ଏ ମାନବ ଜନ୍ମ ହେଉ ସଫଳ ମୋହର
ଏ ଭିକ୍ଷା କରନ୍ତୁ ପୂର୍ଣ୍ଣ ପ୍ରଭୁ ମହେଶ୍ୱର”

ମଧୁସୂଦନ ଦାସ :

୧.“ଜାତିର ଉନ୍ନତି ହେବ କିରେ ଭାଇ ସ୍ୱାର୍ଥକୁ ଜଗତ ମଣି
ଗୋଦର ଗୋଡରେ ମାଉଁସ ଲାଗିଲେ ଦେହର କି ଶୁଭ ମଣି” ?

୨. “ନିଜର ଜୀବନ ଜାତିକୁ ଅର୍ପଣ କଲେ ମିଳେ ଜାତିପ୍ରାଣ
ଜାତୀୟ ଜୀବନ ନ ମିଳିବ କଲେ ବାଟେ ବାଟେ ଅନ୍ୱେଷଣ”

ଗୋପବନ୍ଧୁ ଦାସ :

୧. “ମିଶୁ ମୋର ଦେହ ଏ ଦେଶ ମାଟିରେ
ଦେଶବାସୀ ଚାଲି ଯାଆନ୍ତୁ ପଠିରେ
ଦେଶର ସ୍ୱରାଜ୍ୟ-ପଥେ ଯେତେ ଗାଡ
ପୁରୁ ତହିଁ ପଡି ମୋର ମାଂସ ହାଡ”

୨. “ପୁଣ୍ୟ ଜନ୍ମମାଟି ପୁଣ୍ୟ ଦେବାଳୟ
ଉଦ୍ଧରିବା ପାଇଁ କଲେ ତନୁକ୍ଷୟ
ମାନବ ଜନମ ହୁଅଇ ସଫଳ
ଏ ମହାଦୀକ୍ଷା କି ବୁଝିବ ଉତ୍କଳ ?”

Comments are closed.