ପ୍ରଥମ ଦିବ୍ୟାଙ୍ଗ ଭାବେ ପ୍ରଶାସନିକ ଅଧିକାରୀ ଦାୟିତ୍ୱ ନେଲେ ସନ୍ନ୍ୟାସୀ ବେହେରା ! ଓଏଏସ୍ ପରୀକ୍ଷାରେ ହୋଇଥିଲେ କୃତକାର୍ଯ୍ୟ

146

କନକ ବ୍ୟୁରୋ : ଦୃଷ୍ଟିହୀନ, ହେଲେ ମନରେ ଅସୀମ ଇଚ୍ଛାଶକ୍ତି । ନିଜର କଠିନ ସାଧନା ଫଳରେ ସେ ହୋଇପାରିଛନ୍ତି ପ୍ରଥମ ଦିବ୍ୟାଙ୍ଗ ଅଫିସର । ପ୍ରଥମ ଦିବ୍ୟାଙ୍ଗ ଭାବେ ଓଏଏସ ପାଇବା ପରେ ଇନ୍ ସର୍ଭିସ ଟ୍ରେନିଂ ଆରମ୍ଭ କରିଛନ୍ତି ସନ୍ୟାସୀ ବେହେରା । ୭ ମାସର ଟ୍ରେନିଂ ପରେ ଓଡ଼ିଶା ପ୍ରଶାସନିକ ଅଧିକାରୀ ଭାବେ ନିଯୁକ୍ତି ପାଇଲେ ସନ୍ୟାସୀ ।

ନୟାଗଡର ସନ୍ୟାସୀ ବେହେରା । ବୟସ ୪୩ ଛୁଇଁଲାଣି । ଦୃଷ୍ଟିହୀନ, ହେଲେ ମନରେ ଅସୀମ ଧୈର୍ଯ୍ୟ, ପାହାଡ ଭଳି ଇଚ୍ଛାଶକ୍ତି । ନିଜ ନିଷ୍ଠା ଓ ସାଧନା ବଳରେ ଅସମ୍ଭବକୁ ସମ୍ଭବ କରିପାରିଛନ୍ତି ସନ୍ୟାସୀ । ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆରମ୍ଭ କରିଛନ୍ତି ତାଙ୍କର ନୂଆ କ୍ୟାରିୟର । ପ୍ରଥମ ଦିବ୍ୟାଙ୍ଗ ଭାବେ ଓଏଏସ ପାଇବା ପରେ ତାଙ୍କର ଇନ୍ ସର୍ଭିସ ଟ୍ରେନିଂ ଆରମ୍ଭ ହୋଇଛି । ୭ ମାସର ଟ୍ରେନିଂ ପରେ ଓଡ଼ିଶା ପ୍ରଶାସନିକ ଅଧିକାରୀ ଭାବେ ନିଯୁକ୍ତି ପାଇଛନ୍ତି ସନ୍ୟାସୀ ।

Sanyasi-Behara_ANI-Lପ୍ରଶାସନିକ ଅଧିକାରୀ ଭାବେ ପ୍ରଶିକ୍ଷଣ ନେଉଥିବା ବେଳେ ସନ୍ୟାସୀ ଟ୍ରେନିଂ ସମୟରେ ଯାହା ଶିଖୁଥିଲେ ତାକୁ ବ୍ରେଲି ସ୍ଲେଟ୍ ଜରିଆରେ କାଗଜରେ ଟିପି ର୍ଖୁଥିଲେ । ପ୍ରଶିକ୍ଷଣ ଆରମ୍ଭରୁ ତାଙ୍କର ଦକ୍ଷତା ବାରି ହୋଇପଡୁଥିଲା । ସେ ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ଉଦାହରଣ । ଏବଂ ଅନ୍ୟ ଦିବ୍ୟାଙ୍ଗଙ୍କ ପାଇଁ ପ୍ରେରଣାର ଉତ୍ସ ।

ତେବେ ଏଭଳି ସଫଳତା ପାଇବା ପାଇଁ ସନ୍ୟାସୀଙ୍କୁ ଅକ୍ଲାନ୍ତ ପରିଶ୍ରମ କରିବାକୁ ପଡିଛି । ଏଥିପାଇଁ ନ୍ୟାୟିକ ଲଢେଇ ମଧ୍ୟ ଲଢିିବାକୁ ପଡିଛି । ତାଙ୍କରି ଉଦ୍ୟମ ଫଳରେ ଦୃଷ୍ଟିହୀନ ତଥା ଦିବ୍ୟାଙ୍ଗମାନଙ୍କୁ ମିଳିଛି ଓଡ଼ିଶା ପ୍ରଶାସନିକ ସେବାରେ ଯୋଗ ଦେବାର ସୁଯୋଗ । ଆଠ ବର୍ଷର ନ୍ୟାୟିକ ଲଢେଇରେ ଶେଷରେ ସେ ସଫଳତାର ସ୍ୱାଦ ଚାଖିଛନ୍ତି । ଓଏଏସ ପରୀକ୍ଷାରେ ୨୨୦ ତମ ସ୍ଥାନ ଅଧିକାର କରିବା ସହ ଦିବ୍ୟାଙ୍ଗଙ୍କ ଭିତରେ ଟପ୍ପର ହୋଇଥିଲେ ସନ୍ନ୍ୟାସୀ । ଦୃଢ ଇଚ୍ଛାଶକ୍ତି ତାଙ୍କୁ ଆଣି ଦେଇଛି ସଫଳତା । ଜୀବନରେ ଅନେକ ଦୁଃଖ ଆସିଥିଲେ ମଧ୍ୟ ଏହାକୁ ଖାତିର କରି ନଥିଲେ ସନ୍ନ୍ୟାସୀ ।