ପୁରୀ-କୋଣାର୍କ ମେରାଇନ୍ ଡ୍ରାଇଭରେ ରାଜ୍ୟର ସବୁଠାରୁ ବଡ଼ ୱାଟର ପାର୍କ ! ସମୂଦ୍ରର ସୁଁ ସୁଁ ଗର୍ଜନ ସହ ଦୁଇଗୁଣ ମଜା ଉଠାଇବେ ପର୍ଯ୍ୟଟକ

226

ଆଗକୁ ଆସୁଛି ଗ୍ରୀଷ୍ମ ଋତୁ । ଗରମ ଦିନରେ ଯୁବପିଢ଼ୀ ସାଧାରଣତ କ୍ୟାଣ୍ଡେଲ ଲାଇଟ ଡିନର, ଫିଲ୍ମ ଦେଖିଯିବା ଅପେକ୍ଷା ୱାଟର ପାର୍କ ଯିବା ପାଇଁ ଅଧିକ ପସନ୍ଦ କରନ୍ତି । ତେବେ ବର୍ତ୍ତମାନ ଫେବୃୟାରୀ ମାସରୁ ଆରମ୍ଭ ହେଲାଣି ତାତି । ଆଉ ଆଜିକାଲିର ଯୁବପିଢ଼ୀରେ ଗରମ ଦିନରେ ୱାଟର ପାର୍କ ଯିବା ପାଇଁ ଅଧିକ ପସନ୍ଦ କରୁଛନ୍ତି । ସାଙ୍ଗସାଥୀଙ୍କ ସହ ୱାଟର ପାର୍କରେ ଦିନ ବିତାଇବାର ଅନୁଭୂତି ବେଶ୍ ନିଆରା । ତେବେ ଆମ ରାଜ୍ୟ ଓଡ଼ିଶାରେ ଏବେ ତିଆରି ହୋଇଛି ଆଉ ଏକ ୱାଟର ପାର୍କ । ପୂର୍ବରୁ କଟକରେ ଥିଲା ଏକ ୱାଟର ପାର୍କ । ଚଳିତ ତେବେ ସୂଚନା ଅନୁସାରେ ବର୍ଷ ଖରାଦନରେ ଯୁବପୀଢ଼ି ନୂଆ ତିଆରି ହୋଇଥିବା ୱାଟର ପାର୍କର ମଜା ଉଠାଇପାରିବେ ।

ପୁରୀ ଜିଲ୍ଲାରେ ତିଆରି ହୋଇଛି ରାଜ୍ୟର ସବୁଠାରୁ ବଡ଼ ୱାଟର ପାର୍କ । ପୁରୀ-କୋଣାର୍କ ମେରାଇନ ଡ୍ରାଇଭ ରିଟ୍ରିଟ୍ ସନଗ୍ରୀନ୍ ଅଂଚଳରେ  ହୋଇଛି ଏହି ୱାଟର ପାର୍କ । ପୁରୀରୁ ମାତ୍ର ୯ କିମି ଦୂରରେ ଅଛି ଏହି ୱାଟର ପାର୍କ । ଏହି ୱାଟର ପାର୍କର ନାମ ହେଲା ବ୍ଲୁ ସ୍ପ୍ଲାସ୍ । ପୁରୀ-କୋଣାର୍କ ମେରାଇନ୍ ଡ୍ରାଇଭରେ ସମୂଦ୍ରର ଗର୍ଜନ ସହ ୱାଟର ପାର୍କର ଅନୁଭବ ନେବେ ପର୍ଯ୍ୟଟକ । ଆଉ ଏହି ୱାଟର ପାର୍କ ଯୋଗୁଁ ପର୍ଯ୍ୟଟକ ଆଉ ଅଧିକ ମାତ୍ରାରେ ଆସିବେ ବୋଲି ଆଶା କରାଯାଉଛି । କେବଳ ଛୋଟ ପିଲାଙ୍କ ପାଇଁ ନୁହେଁ କିଶୋର କିଶୋରୀଙ୍କ ସହ ବୟସ୍କତଙ୍କ ପାଇଁ ମନରୋଞ୍ଜନର ଖୋରାକ ଯୋଗାଇବ ଏହି ୱାଟର ପାର୍କ ।