ଗୋଟିଏ ମଞ୍ଚରେ ରାଜ୍ୟ ରାଜନୀତିର ୩ ହେଭିୱେଟ୍ ନେତା । ସରକାରୀ କାର୍ଯ୍ୟକ୍ରମରେ ସିଟ୍ ସେୟାର କଲେ ଧର୍ମେନ୍ଦ୍ର,କଳିକେଶ ଓ ନରସିଂହ ।

299

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀଙ୍କ ବଲାଙ୍ଗୀର ଗସ୍ତରେ ଦେଖିବାକୁୁ ମିଳିଛି ରାଜନୀତିର ବିରଳ ଦୃଶ୍ୟ । ଗୋଟିଏ ମଞ୍ଚରେ ଏକାଠୀ ହୋଇଛନ୍ତି ରାଜ୍ୟ ରାଜନୀତିର ୩ ଚର୍ଚ୍ଚିତ ତଥା ପାୱାରଫୁଲ ନେତା । ବଲାଙ୍ଗୀର ରେଳ ପ୍ରକଳ୍ପର ଲୋକାର୍ପଣ ଉତ୍ସବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ବିଜେଡି ସାଂସଦ କଳିକେଶ ସିଂହଦେଓ ଏବଂ ବିରୋଧୀଦଳ ନେତା ନରସିଂହ ମିଶ୍ରଙ୍କୁ ଏକାଠୀ ଦେଖିବାକୁ ମିଳିଛି । ଯାହାକୁ ନେଇ ରାଜ୍ୟ ରାଜନୀତିକୁ ଗସିପ୍ ପାଇଁ ଖୋରାକ ଯୋଗାଇଛି ।  

ଅନେକ ସମୟରେ ଉଭୟ ରାଜ୍ୟ ଓ କେନ୍ଦ୍ରକୁ ନିଶାନା କରୁଥିବା ବଲାଙ୍ଗୀରର ହେଭିୱେଟ୍ ତଥା କଂଗ୍ରେସର ବିରୋଧୀଦଳ ନେତା ନରସିଂହ ମିଶ୍ରଙ୍କୁ କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ  ଓ ବିଜେଡି ସାଂସଦ କଳିକେଶ ସିଂଦେଓଙ୍କ ସହିତ ସିଟ୍ ସେୟାର କରିଥିବା ଦେଖିବାକୁ ମିଳିଛି । ବଲାଙ୍ଗୀରର ଏକ ସରକାରୀ କାର୍ଯ୍ୟକ୍ରମରେ ରାଜ୍ୟ ରାଜନୀତିର ତ୍ରିଶକ୍ତି କୁହାଯାଉଥିବା ଏହି ୩ ନେତାଙ୍କ ସିଟ୍ ସେୟାର କରି ଏକାଠୀ ବସିବା ରାଜନୈତିକ ଖୋରାକ ଯୋଗାଇଛି । ବର୍ତ୍ତମାନ ରାଜ୍ୟ ରାଜନୀତି କେତେବେଳେ କଡ଼ ଲେଉଟାଉଛି ତାହା ସାଧାରଣ ଜନତାଙ୍କ ପାଇଁ ବୁଝିବାରେ କାଠିକର ପାଠ ହୋଇପଡ଼ିଛି । ଆଉ ଏହାରି ମଧ୍ୟରେ ଗୋଟିଏ ମଞ୍ଚରେ ଧର୍ମେନ୍ଦ୍ର,କଳିକେଶ, ଏବଂ ନରସିଂହଙ୍କ ଏକାଠି ବସିବା ରାଜନୀତିର ପାରଦ ବଢ଼ାଇଦେଇଛି ।   

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡ଼ିଶା ଗସ୍ତରେ ସରକାରୀ କାର୍ଯ୍ୟକ୍ରମରେ ରାଜ୍ୟ ରାଜନୀତିର ତ୍ରିଶକ୍ତିଙ୍କୁ ଏକାଠୀ ଦେଖିବାକୁ ମିଳିଛି ସତ କିନ୍ତୁ ରାଜ୍ୟର ଅନେକ ସମସ୍ୟାକୁ ନେଇ କେନ୍ଦ୍ରକୁ ନିଶାନା କରୁଥିବା ସାଂସଦ କଳିକେଶ ସିଂଦେଓ ଏବଂ ବିରୋଧୀଦଳ ନେତା ନରସିଂହ ମିଶ୍ର ଏକାଠି ଗୋଟିଏ ମଞ୍ଚରେ ବସିଥିଲେ । ସେପଟେ ଉଭୟ ରାଜ୍ୟ ସରକାର ଏବଂ କଂଗ୍ରେସକୁ ପ୍ରତିଟି କଥାରେ ସମାଲୋଚନା କରୁଥିବା କେନ୍ଦ୍ରମନ୍ତ୍ରୀ ତଥା ରାଜ୍ୟ ବିଜେପିର ମଙ୍ଗ ଧରିଥିବା ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଏକାଠି ଗୋଟିଏ ମଞ୍ଚରେ ବସିଥିବା ନଜର ଆସିଛନ୍ତି ।