କଂଗ୍ରେସ ବିଧାୟକ ଦଳର ନେତା ହେଲେ ନରସିଂହ ମିଶ୍ର । ସନ୍ତୋଷ ସିଂହ ସାଲୁଜାଙ୍କୁ ଉପନେତା, ତାରା ବାହିନୀପତି ବିଧାୟକ ଦଳର ମୁଖ୍ୟ ସଚେତକ ଭାବେ ମନୋନୀତ
କନକ ବ୍ୟୁରୋ: ବରିଷ୍ଠ କଂଗ୍ରେସ ନେତା ତଥା ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର କଂଗ୍ରେସ ବିଧାୟକ ଦଳର ନେତା ଭାବେ ନିର୍ବାଚିତ ହୋଇଛନ୍ତି। ପୂର୍ବରୁ କଂଗ୍ରେସ ବିଧାୟକମାନେ ତାଙ୍କୁ ସର୍ବସମ୍ମତିକ୍ରମେ ନେତା ନିର୍ବାଚିତ କରି ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ଏଆଇସିସିକୁ ପଠାଇଥିଲେ। ଏଆଇସିସି ସେହି ପ୍ରସ୍ତାବରେ ମୋହର ମାରି ଶ୍ରୀ ମିଶ୍ରଙ୍କ ନାମ ବିଧିବଦ୍ଧ ଭାବେ ଘୋଷଣା କରିଛି।
Kanak News is now on WhatsApp
Join and get latest news updates delivered to you via WhatsApp
ଏହା ସହ ବିଧାୟକ ସନ୍ତୋଷ ସିଂହ ସାଲୁଜାଙ୍କୁ ଉପନେତା, ତାରା ପ୍ରସାଦ ବାହିନୀପତିଙ୍କୁ ବିଧାୟକ ଦଳର ମୁଖ୍ୟ ସଚେତକ ଓ ମହମ୍ମଦ ମୋକିମଙ୍କୁ ସେକ୍ରେଟାରି ଭାବେ ମନୋନୀତ କରାଯାଇଛି। ସୂଚନାଯୋଗ୍ୟ ଯେ ୨୦୦୪ ରୁ ୨୦୦୯ ପର୍ଯ୍ୟନ୍ତ ଶ୍ରୀ ମିଶ୍ର ବିରୋଧୀ ଦଳର ଉପନେତା ଓ ଗତ ବିଧାନସଭାରେ ବିରୋଧୀ ଦଳ ନେତା ଭାବେ ଦାୟିତ୍ବ କରିଥିଲେ।