ହକି ମହାକୁମ୍ଭ ଉଦଘାଟନୀ ଉତ୍ସବ : ୧୯୭୫ ବିଶ୍ୱକପ୍ ବିଜୟୀ ଟିମକୁ ସମ୍ବର୍ଦ୍ଧନା

162

କନକ ବ୍ୟୁରୋ : କଳିଙ୍ଗ ଷ୍ଟାଡିଅମରେ ବିଶ୍ୱକପ୍ ହକି ଉଦଘାଟନୀ ଉତ୍ସବର ଶୁଭାରମ୍ଭ କରିଥିଲେ ଓଲିଉଡର ସୁପରଷ୍ଟାର ଯୋଡି ସବ୍ୟସାଚୀ ଏବଂ ଅର୍ଚ୍ଚିତା । ହଜାର ହଜାର ଦର୍ଶକଙ୍କ ଗହଣରେ ହକି ବିଶ୍ୱକପକୁ ସାରା ବିଶ୍ୱକୁ ସ୍ୱାଗତ କରିଥିଲେ । ତେବେ ଆଜିର ଏହି ଉଦଘାଟନୀ ଉତ୍ସବରେ ଦେଶ ପାଇଁ ପ୍ରଥମ ଥର ହକି ବିଶ୍ୱକପ୍ ଜିତିଥିବା ଦଳକୁ ସମ୍ବର୍ଦ୍ଧିତ କରାଯାଇଥିଲା । ସେମାନଙ୍କ ଉପସ୍ଥିତି ପାଇଁ ଷ୍ଟାଡ଼ିୟମରେ ଥିବା ସମସ୍ତ ଦର୍ଶକ ଛିଡ଼ା ହୋଇ ସମ୍ମାନ ଜଣାଇଥିଲେ ।

୧୯୭୫ରେ ପ୍ରଥମ ଥର ପାଇଁ ପୁରୁଷ ବିଶ୍ୱକପ୍ ଜିତିଥିଲେ ଭାରତୀୟ ଦଳ । ଆଉ ସେ ସମୟରେ ଭାରତୀୟ ହକି ଦଳର ନେତୃତ୍ୱ ନେଇଥିଲେ ତଥା କ୍ୟାପଟେନ୍ ଥିଲେ ଶ୍ରୀ ଅଜିତ୍ ପାଲ ସିଂ । ଆଜିର ଏହି ଉତ୍ସବରେ ଶ୍ରୀ କ୍ୟାପଟେନ୍ ଅଜିତ୍ ପାଲ ସିଂ, ଅଶୋକ ଦିୱାନ, ଶ୍ରୀ ଅସଲମ୍ ସେର ଖାନ୍ , ଶ୍ରୀ ଅଶୋକ କୁମାର ଧ୍ୟାନଚାନ୍ଦ, ବ୍ରିଗେଡ଼ିୟର ଏଚଜେ ଏସ୍ ଚିମନି , ବ୍ରିଗେଡ଼ିୟର ହରଚରଣ ସିଂ ଶ୍ରୀ ଓମକାର ସିଂ, ଶ୍ରୀ ବରିନ୍ଦର ସିଂ, ଶ୍ରୀ ବିଜେ ପିଲପ୍ସ ଶ୍ରୀ ପିିଇ କଲିଆ, ଶ୍ରୀ ଲେଜଲି ଫର୍ଣ୍ଣାଡ଼ିଜ ଓ  ଡଃ ରାଜେନ୍ଦ୍ର କାଲରା ।

କ୍ୟାପଟେନ୍ ଅଜିତ ପାଲ ସିଂ କହିଥିଲେ ଆଜି ବି ଆମ ହୃଦୟ ହକି ପାଇଁ ସ୍ପନ୍ଦିତ ହେଇଛି । ସମୟରେ କିଛି ଅନୁଭୂତି ବଖାଣିଥିଲେ ଉା ଆମକୁ ବହୁତ ଭଲ ପାଇବା ଦେଇଥିଲେ । ଏହା ସେତେବେଳେ ଭାରତ ପାଇଁ ଏକ ବଡ଼ ବିଜୟ ଥିଲା । ସେ ସମୟରେ ହକିପ୍ରେମୀ ସମସ୍ତେ ବେଶ୍ ଖୁସି ଥିଲେ । ଆଜି ବି ସେହି ମୁହୂର୍ତ୍ତ ସମସ୍ତଙ୍କ ହୃଦୟରେ ଜୀବିତ ଅଛି ।