ବିଧାନସଭାରେ ଶୀତ ଅଧିବେସନ ! ଆରମ୍ଭରୁ ଗୃହରେ ବିରୋଧୀଙ୍କ ହଟ୍ଟଗୋଳ , ୧୨ ଯାଏଁ ଗୃହ ମୁଲତବି

26

କନକ ବ୍ୟୁରୋ: ଆଜିଠାରୁ ଆରମ୍ଭ ହୋଇଛି ବିଧାନସଭାର ଶୀତ ଅଧିବେନ । ପ୍ରଥମ ଦିନରେ ଗୃହରେ ଦିବଙ୍ଗତ ନେତାଙ୍କୁ ଶ୍ରଦ୍ଧାଞ୍ଜଳୀ ଦିଆଯାଇଛି । ଚାଷୀଙ୍କ ସମସ୍ୟାକୁ ଉଭୟ ଓ କେନ୍ଦ୍ର ସରକାର ଅଣଦେଖା କରୁଥିବା ଦର୍ଶାଇ ମୋସନ ଆଣିଛି କଂଗ୍ରେସ । ତେବେ ଗୃହ ଆରମ୍ଭରୁ ହିଁ ଗୃହରେ ଦେଖା ଦେଇଛି ତାତି । ଚାଷୀ ପ୍ରସଙ୍ଗକୁ ନେଇ ଗୃହରେ ବିରୋଧି ହାତରେ ପୋଷ୍ଟର ଏବଂ ଧାନକେଣ୍ଡ।। ଧରି ବିରୋଧ ପ୍ରଦର୍ଶନ କରିଛନ୍ତି । ଫଳରେ ୧୨ଟା ଯାଏଢଁ ଗୃହ ମୁଲବତୀ ଘୋଷଣା କରିଛନ୍ତି ବାଚଷ୍ପତି ।

ତେବେ ଚଳିତ ଅଧିବେସନ ଲମ୍ବା ସମୟ ଧରି ଚାଲୁଥିବାରୁ ସରକାର ଅନେକ ଗୁରୁତ୍ୱପୂର୍ଣ୍ଣ ପାସ କରିବାକୁ ଯୋଜନା ରଖିଛନ୍ତି । ଡିସେମ୍ବର ୧୨ ତାରିଖରେ ବ୍ୟୟ ମଞ୍ଜୁରୀ ବିଲ ପରିତ ହେବ । ନଭେମ୍ବର ୩୦ ତାରିଖରେ ବିଧାନସଭାରେ ୨୦୧୭-୧୮ ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ବଜେଟ ଉପସ୍ଥାପନ କରାଯିବ ।