ବିଧାନସଭାରେ ଚାଷୀ ଓ ଚାଷକୁ ନେଇ ତାତି । ଗୃହରେ ବିରୋଧୀଙ୍କ ହଟ୍ଟଗୋଳ, ଅପରାହ୍ନ ୩ଟା ଯାଏଁ ମୁଲତବୀ

32

କନକ ବ୍ୟୁରୋ: ବିଧାନସଭା ଆରମ୍ଭରୁ ହଟ୍ଟଗୋଳ । ଚାଷୀ ଓ ଚାଷ ପ୍ରସଙ୍ଗକୁ ନେଇ ବିଧାନସବା ଆଜି ଅଚଳ ହୋଇପଡିଛି । ଫଳରେ ଗୃହକୁ ପ୍ରଥମେ ଦିନ ୧୨ଟା ଯାଏଁ ମୁଲତବୀ ଘୋଷଣା କରାଯିବା ପରେ ପୁଣି ଥରେ ଅପରାହ୍ନ ୩ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି । ଆଜି ଗୃହ ଆରମ୍ଭ ହେବା ମାତ୍ରେ ଧାନ କିଣା ଦୁର୍ନୀତିକୁ ନେଇ ବିଜେପି-କଂଗ୍ରେସ ସଭ୍ୟ ନାରାବାଜି କରିଥିଲେ । ବାଚସ୍ପତିଙ୍କ ପୋଡିୟମ ଆଗରେ ବିରୋଧୀ ନାରାବାଜି କରିଥିଲେ । କୀଟନାଶକ କିଣାରେ ଅନିୟମିତତା ଅଭିଯୋଗ ଆଣିଥିଲା ବିରୋଧୀ । ହଟ୍ଟଗୋଳ ଯୋଗୁଁ ବାଚସ୍ପତି ଗୃହକୁ ପ୍ରଥମେ ୧୨ଟା ଓ ପରେ ଅପରାହ୍ନ ୩ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି ।