ବିଧାନସଭାରେ ବମିଖାଲ ଓଭରବ୍ରିଜ ଭୁଶୁଡିବା ପ୍ରସଙ୍ଗ ! ଗୃହରେ ମୁଖ୍ୟମନ୍ତ୍ରୀଙ୍କ ବିବୃତି ବେଳେ ବିରୋଧୀଙ୍କ ହୋହଲ୍ଲା

27

କନକ ବ୍ୟୁରୋ: ଦୁଇ ଦିନର ବିରତି ପରେ ଆଜି ପୁଣି ଥରେ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭରୁ ହଙ୍ଗାମା । ବମିଖାଲ ଓଭର ବ୍ରିଜ ଭୁଷୁଡିବା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ବିବୃତି ରଖୁଥିବା ବେଳେ ବିରୋଧୀଙ୍କ ବିଧାୟକଙ୍କ ହୋହଲ୍ଲା । ଗତକାଲିର ଓଭର ବ୍ରିଜ ଭୁଶୁଡିବା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଉତ୍ତର ରଖି କହିଛନ୍ତି ଯେ, ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ସହାୟତା ଘୋଷଣା କରାଯାଇଛି । ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ଗୃହରେ ମୁଖ୍ୟମନ୍ତ୍ରୀ ବିବୃତି ରଖୁଥିବା ବେଳେ ବିରୋଧୀ କଂଗ୍ରେସ ଓ ବିଜେପି ସଦସ୍ୟ ହଙ୍ଗାମା କରିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ଅଧିନରେ ପୁର୍ତ୍ତ ବିଭାଗ ଆସୁଥିବାରୁ ସିଧାସଳଖ ନବୀନ ପଟ୍ଟନାୟକଙ୍କ ଟାର୍ଗେଟ କରିଛନ୍ତି ବିରୋଧୀ ଦଳ । ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରି ବାଚସ୍ପତିଙ୍କ ପୋଡିୟମ ନିକଟରେ ବିରୋଧ ଦଳ ମୁଖ୍ୟ ସଚେତକ ହୋହଲ୍ଲା କରିଛନ୍ତି । ହଟ୍ଟଗୋଳ ଯୋଗୁଁ ଗୃହକୁ ୧୧ଟା ୩୬ ଯାଏଁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ।

ଏଠାରେ ଆମେ କହି ରଖୁଛୁ କି, ଗତକାଲି ଭୁବନେଶ୍ୱରର ଜନଗହଳିପୂର୍ଣ୍ଣ ପୁରୀ-କଟକ ରୋଡରେ ସହିଦନଗର-ବମିଖାଲ ଓଭରବ୍ରିଜ ଭୁଶୁଡିବା ଫଳରେ ଜଣକର ମୃତ୍ୟୁ ହେବା ସହ ଅନେକ ଆହତ ହୋଇଥିଲେ । ଉଦ୍ଧାର କାମ ପାଇଁ ପ୍ରାୟ ୭ ଘଂଟାର ଅପରେସନ କରାଯାଇଥିଲା । ଘଟଣା ପରେ ପୋଲିସ ମାମଲା ରୁଜୁ କରିଛି । ଘଟଣା ପରେ ଦୁଇଜଣ ଯନ୍ତ୍ରୀଙ୍କୁ ବି ନିଲମ୍ବିତ କରାଯାଇଛି । ଗତକାଲି ମଧାହ୍ନରେ ନିର୍ମାଣଧୀନ ବମିଖାଲ ଓଭରବ୍ରିଜ ଭୁଷୁଡିପଡିଥିଲା । ଢଳେଇ ହେଉଥିବା ବେଳେ ହଠାତ୍ ଛାତ ଭୁଷୁଡିପଡିଥିଲା । ଅବହେଳାରୁ ଉଜୁଡିଗଲା ଗୋଟିଏ ପରିବାରର ସାଂସର । ଅନେକ ଆହତ ବି ହୋଇଛନ୍ତି । ଘଟଣାରେ ପୋଲିସ ମାମଲା ରୁଜୁ କରିଛି ହେଲେ ଅଭିଯୁକ୍ତକୁ ଗିରଫ କରିବ କି ବୋଲି ପ୍ରଶ୍ନ ଉଠିଛି । ସରକାର ଉଚ୍ଚସ୍ତରୀୟ ତଦନ୍ତ କରି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଥିଲା ।

ତେବେ ୨୦୧୨ ମସିହାରେ ବମିଖାଲ-ସହିଦନଗର ଓଭରବ୍ରିଜର କାମ ଆରମ୍ଭ ହୋଇଥିଲା । କିନ୍ତୁ ୫ ବର୍ଷ ପରେ ବି କାମ ସରିଲାନି । ଏବେ ସ୍ଥିତି ଏଭଳି ଯେ କାମ କେବେ ସରିବ ତାର ଗ୍ୟାରେଂଟି କେହି ଦେଇପାରିବେ ନାହିଁ । ଏହି ଓଭରବ୍ରିଜ କାମ ପ୍ରକୃତପକ୍ଷେ ୨୦୧୦ରୁ ଆରମ୍ଭ ହୋଇ ୨୦୧୩ ମସିହାରେ ସରିବାର ଥିଲା । ଏଥିପାଇଁ ୧୪. ୭୨୨୪ କୋଟି ବ୍ୟୟବରାଦ ହୋଇଥିଲା । ହେଲେ କାମ ଆରମ୍ଭ ହେଲା ୨୦୧୨ରେ । କିନ୍ତୁ କାମ ସରିଲା ନାହିଁ । ୧୪ କୋଟିର ଖର୍ଚ ଅଟଳଳ ୨୮ କୋଟିରେ ପଂହଚିଲା ।

ଏବେ ଏହାକୁ ସାରିବାର ଲକ୍ଷ୍ୟ ରଖାଯାଇଥିଲା ୨୦୧୮ ମାର୍ଚ । ଅଧିକାରୀଙ୍କ ଯୁକ୍ତି ହେଲା ଜମି ଅଧିଗ୍ରହଣ ଓ ଡିଜାଇନରେ ପରିବର୍ତନ ଯୋଗୁଁ କାମର ବିଳମ୍ବ ହେଉଛି । କିନ୍ତୁ ବଡ ପ୍ରଶ୍ନ ଉଠୁଛି ଡିଜାଇନରେ ବାରମ୍ବାର ପରବର୍ତନ ହେଲା କାହିଁକି । ଓଭରବ୍ରିଜ ପାଇଁ ୭୫ଟି ସ୍ପାନ ରହିଛି । ଲେବୁଲ କ୍ରସିଂରୁ ରସୁଲଗାଡ ଯାଏଁ ୩୯ରୁ ୩୩ଟି ସ୍ପାନ କାମ ସରିଥିବାବେଳେ ଆଉ ୬ଟି ବାଗକି ରହିଛି । କଳ୍ପନା ପଟୁ ଏବେ କାମ ଆରମ୍ଭ ହୋଇଛି ।