ଏବେ ଡିସଚାର୍ଜ ହେବେନି ଜଗା-ବଳିଆ : ଦିଲ୍ଲୀ ଏମ୍ସରେ ଦୁଇ ଶିଶୁଙ୍କୁ ଭେଟିଲେ ସ୍ୱାସ୍ଥ୍ୟମନ୍ତ୍ରୀ

37

କନକ ବ୍ୟୁରୋ : ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେଉଥିବା ଯୋଡ଼ାମୁଣ୍ଡ ଶିଶୁ ଜଗା-ବଳିଆ ଏବେ ଡିସଚାର୍ଜ ହେବେ ନାହିଁ। ଏମ୍ସ କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା ପରେ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ଏହା ପ୍ରକାଶ କରିଛନ୍ତି । ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ଜେନା ଓ ୫ ଜଣିଆ ଡାକ୍ତରୀ ଦଳ ଆଜି ଦିଲ୍ଲୀ ଯାଇ ଜଗା-ବଳିଆଙ୍କ ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ଏମ୍ସ କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରିଥିଲେ । ଆଲୋଚନାରୁ ଜଣାପଡ଼ିଛି ଯେ,ଜଗାର ସ୍ୱାସ୍ଥ୍ୟରେ ଯଥେଷ୍ଟ ଉନ୍ନତି ହୋଇଛି । ତେବେ, ବଳିଆକୁ ସଂପୂର୍ଣ୍ଣ ଆରୋଗ୍ୟ ହେବା ପାଇଁ ସମୟ ଲାଗିବ । ଦୁହିଁଙ୍କୁ ଡିସଚାର୍ଜ କରାଯିବା ପରେ ନର୍ସିଂ କେୟାରର ଆବଶ୍ୟକତା ରହିଛି । ଏହାକୁ ଦୃଷ୍ଟିରେ ରଖି ଦୁଇ ଶିଶୁଙ୍କୁ ଆଉ କିଛି ଦିନ ଏମ୍ସରେ ରଖିବା ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ଜେନା ଏମ୍ସ କର୍ତୃପକ୍ଷଙ୍କୁ ଅନୁରୋଧ କରିଥିଲେ। ଦୁଇ ଶିଶୁ ଡିସଚାର୍ଜ ହେବା ପାଇଁ ଫିଟ୍ ଥିଲେ ମଧ୍ୟ ମନ୍ତ୍ରୀ ଶ୍ରୀ ଜେନାଙ୍କ ଅନୁରୋଧ ରକ୍ଷା କରି ଏମ୍ସ କର୍ତ୍ତୃପକ୍ଷ ନିଷ୍ପତ୍ତିରେ ପରିବର୍ତ୍ତନ କରିଥିବା ଜଣାପଡ଼ିଛି ।

ଦିଲ୍ଲୀ ଏମ୍ସରେ ଓଡିଶାର ଯୋଡାମୁଣ୍ଡ ଶିଶୁ ଜଗାବଳିଆଙ୍କୁ ଭେଟିଲେ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା : ଏବେ ଡିସଚାର୍ଜ ନକରିବାକୁ ଅନୁରୋଧ କଲେ ମେଡିକାଲ କର୍ତ୍ତୃପକ୍ଷଙ୍କୁ

ଏହି ଯୋଡା ଶିଶୁ ଜଗାବଳିଆଙ୍କୁ ରାଜ୍ୟ ସରକାର ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରିବ ବୋଲି କହିଥିଲେ । ତେବେ ରାଜ୍ୟ ସରକାର ଏହି ଦୁଇ ଭାଇଙ୍କ ଅସ୍ତ୍ରୋପଚାର କରିବା ପାଇଁ ଟଙ୍କା ମଧ୍ୟ ରାଜକୋଶରୁ ମଞ୍ଜୁର କରିଥିଲେ । ତେବେ କିଛି ଚଙ୍କା ରାଜ୍ୟ ସରକାରଙ୍କୁ ଏମ୍ସ କର୍ତ୍ତୃପକ୍ଷଙ୍କୁ ଫେରାଇଥିବା ମଧ୍ୟ ଜଣାପଡିଛି । କିନ୍ତୁ ବାରମ୍ବାର ଜଗା ଓ ବଳିଆଙ୍କୁ ଦେଖିବା ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ଦିଲ୍ଲୀ ଗସ୍ତ କରିଥିବା ଜଣାପଡିଛି । ଗୁରୁବାର ଦିନ ଶ୍ରୀ ଜେନା ଦିଲ୍ଲୀ ଯାଇ ସେଠାରେ ଜଗା ଓ ବଳିଆଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିବା ସହ ଜାତୀୟ ସ୍ୱାସ୍ଥ୍ୟ ମିସନ ନିର୍ଦେଶିକା ଶାଳିନୀ ପଣ୍ଡିତ, ଏମ୍ସ ପ୍ରଫେସର ଡା. ଦୀପକ ଗୁପ୍ତା, ପ୍ରଫେସର ଡା. ଏସ୍.ଏସ୍ କାଲେ, ପ୍ଲାଷ୍ଟିକ୍ ସର୍ଜରି ଓ ଅନ୍ୟ ବିଭାଗର ଡାକ୍ତରମାନଙ୍କ ସହ ଆଲୋଚନା କରିଥିବା ଜଣାପଡିଛି । ଉଲ୍ଲେଖଯୋଗ୍ୟ ଗତବର୍ଷ ଯୋଡ଼ାମୁଣ୍ଡ ଶିଶୁ ଜଗା ବଳିଆଙ୍କୁ ଅଲଗା କରିବାପାଇଁ ଦୁଇଟି ପର୍ୟ୍ୟାୟରେ ଅପରେସନ୍ ହୋଇଥିଲା। ଅପରେସନ୍ ମଧ୍ୟ ସଫଳ ହୋଇଥିଲା। ତେବେ ଏଯାବତ୍ ଯୋଡ଼ାମୁଣ୍ଡ ଶିଶୁ ଜଗା ବଳିଆ ଏମ୍ସରେ ଅଛନ୍ତି। ଜଗାର ସ୍ୱାସ୍ଥ୍ୟାବସ୍ଥା ଭଲ ଥିବାବେଳେ ବଳିଆର ସ୍ୱାସ୍ଥ୍ୟରେ ଆଶାନୁରୂପ ସୁଧାର ଆସିନଥିବା ଜଣାପଡ଼ିଛି।

ଓଡିଶାପରେ ଉତ୍ତରପ୍ରଦେଶର ଯୋଡାମୁଣ୍ଡ ଶିଶୁ ଏମ୍ସରେ ଭର୍ତ୍ତି

ଦିଲ୍ଲୀ ଏମ୍ସରେ ସଫଳ ଅସ୍ତ୍ରୋପଚାର ଦ୍ୱାରା ଓଡ଼ିଶାରୁ ଦୁଇ ଯୋଡ଼ାମୁଣ୍ଡ ଶିଶୁ ଜଗା ବଳିଆଙ୍କୁ ଅଲଗା କରାଯିବା ଘଟଣାକୁ ଏବେ ବର୍ଷେ ପୂରି ସାରିଛି। ଉଭୟଙ୍କ ସ୍ୱାସ୍ଥ୍ୟାବସ୍ଥା ମଧ୍ୟ ଠିକ୍ ଅଛି। ତେବେ ଦିଲ୍ଲୀ ଏମ୍ସରେ ଏବେ ଆଉ ଦୁଇଟି ଯୋଡ଼ା ଶିଶୁ ଭର୍ତ୍ତି ହୋଇଛନ୍ତି। ଉତ୍ତରପ୍ରଦେଶରୁ ନିତମ୍ବ ଯୋଡ଼ି ହୋଇଥିବା ଦୁଇ ଜଣ ଶିଶୁଙ୍କୁ ଏବେ ଏମ୍ସରେ ଭର୍ତ୍ତି କରାଯାଇଛି। ଉତ୍ତରପ୍ରଦେଶର ଯୋଡ଼ା ନିତମ୍ବ ଶିଶୁଙ୍କୁ ୩ ମାସ ହୋଇଥିବାବେଳେ ଦିଲ୍ଲୀର ଦୁଇଜଣ ଯୋଡ଼ା ଶିଶୁ ମାତ୍ର ଗୋଟିଏ ମାସର। ସେମାନେ ଏବେ ଏମ୍ସର ପେଡିଆଟ୍ରିକ୍ ସର୍ଜରି ବିଭାଗର ପ୍ରଫେସର ମିନୁ ବାଜପେୟୀଙ୍କ ତତ୍ତ୍ୱାବଧାନରେ ଅଛନ୍ତି। ବିଶେଷଜ୍ଞ ଦଳ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥାର ପରୀକ୍ଷା କରୁଛନ୍ତି। ଯୋଡ଼ା ଶିଶୁଙ୍କୁ ଅଲଗା କରିବାନେଇ କ’ଣ ଜଟିଳତା ରହିଛି ସେନେଇ ପରୀକ୍ଷା ନିରୀକ୍ଷା କରୁଛନ୍ତି ଡାକ୍ତରୀଦଳ।