ଚୀନ୍ ଉତ୍ପାଦିତ ସାମଗ୍ରୀ ବର୍ଜନ କରିବାକୁ ଓଡିଶା ବ୍ୟବସାୟୀ ମହାସଂଘର ନିଷ୍ପତି !

75

କନକ ବ୍ୟୁରୋ : ଭୁଟାନର ଡୋକଲାମକୁ ନେଇ ମୁହାଁମୁହିଁ ସ୍ଥିତିରେ ଭାରତ ଓ ଚୀନ୍ । ଆଉ ଏଭଳି ଘଡିସନ୍ଧି ମୁହୂର୍ତ୍ତର ଚୀନ୍ ଉତ୍ପାଦିତ ସାମଗ୍ରୀ ବର୍ଜନ କରିବାକୁ ନିଷ୍ପତି ନେଇଛି ଓଡିଶା ବ୍ୟବସାୟୀ ମହାସଂଘ । ସୀମାରେ ଉତେଜନା ସୃଷ୍ଟି କରି ଭାରତ ବିରୋଧରେ ଯୁଦ୍ଧ ଭଳି ପରିସ୍ଥିତି ତିଆରି କରୁଥିବା ଚୀନକୁ ପାନେ ଦେବାପାଇଁ ଅଂଟା ଭିଡିଛନ୍ତି ଓଡିଶାର ବ୍ୟବସାୟୀ । ଆସନ୍ତା ମାସରୁ କୌଣସି ଚୀନ ସାମଗ୍ରୀ କିଣା-ବିକା ବନ୍ଦ କରିବାକୁ ନିଷ୍ପତି ନେଇଥିବାବେଳେ ଏହାକୁ ସ୍ୱାଗତ କରିଛନ୍ତି ରାଜନୈତିକ ନେତା ।

ଏଭଳି ପଦକ୍ଷେପ ଚୀନର ଆର୍ଥିକ ମେରୁଦଣ୍ଡକୁ ଦୋହଲାଇଦେବ ବୋଲି ପ୍ରତିକ୍ରିୟା ରଖିଛନ୍ତି । କାରଣ ଭାରତ ବଜାରରେ ବ୍ୟବସାୟ କରି ଲାଭବାନ ହେଉଥିବା ଚୀନ, ଉତ୍ପାଦିତ ସାମଗ୍ରୀ ବ୍ୟବହାର ବନ୍ଦକଲେ ଏହା ତାର ଆର୍ଥିକ ସ୍ଥିତିକୁ ପ୍ରଭାବିତ କରିବ । ତୃତୀୟ ରାଜ୍ୟ ଭାବରେ ଓଡିଶାର ବ୍ୟବସାୟୀ ଏଭଳି ନିଷ୍ପତି ନେଇଛନ୍ତି । ଉଭୟ ବ୍ୟବସାୟୀ ଓ ଗ୍ରାହକଙ୍କୁ ଏଦିଗରେ ସଚେତନ କରାଯିବ ବୋଲି ବ୍ୟବସାୟୀ ସଂଘ କହିଛି ।