ଜଳୁଛି ସାରା ଓଡିଶା : ୪୦ ଡିଗ୍ରୀ ଉପରେ ୧୪ ଟି ସହର

35

କନକ ବ୍ୟୁରୋ : ରାଜ୍ୟରେ ଜାରି ହେଲା ହିଟୱେଭ । ଆଗାମୀ ୨ ଦିନ ପର୍ଯ୍ୟନ୍ତ ଏଭଳି ହିଟ ୱେଭ ଜାରି ରହିବ । ପଶ୍ଚିମ ଓଡିଶା ଓ ଆଭ୍ୟନ୍ତରୀଣ ଓଡିଶା ପରେ ଉପକୂଳରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇଛି । ଜଳୁଛି ପଶ୍ଚିମ ଓଡିଶା । ଟିଟିଲାଗଡରେ ପାରଦ ଅଧିକ ରହିଛି । ଏଠାରେ ତାପମାତ୍ରା ୪୪ ଦଶମିକ ୫ ଡିଗ୍ରୀ ରେକର୍ଡ ହୋଇଛି । ରାଜଧାନୀ ଭୁବନେଶ୍ୱର ବି ୪୦ ଡିଗ୍ରୀ ଟପିଛି ।

ଆଜି ବି ରାଜ୍ୟର ଅନେକ ସ୍ଥାନରେ ଅସହ୍ୟ ଗରମ ଅନୁଭୂତ ହେବ । ତେବେ ଆସନ୍ତା ୩୦ରୁ ଉତର ଓ ଦକ୍ଷିଣ ଓଡିଶାରେ ବର୍ଷା ସମ୍ଭାବନା ଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଉତର ପଶ୍ଚିମ ଭାରତରୁ ଏକ ଟ୍ରଫ୍ ଲାଇନ୍ ଓଡିଶା ଆଡକୁ ଲମ୍ଭିଛି । ଫଳରେ ରାଜ୍ୟର କିଛି ସ୍ଥାନରେ କାଳବୈଶାଖୀ ବର୍ଷ।। ସମ୍ଭାବନା ରହିଛି ।