ବିକଶିତ ହେବ ଏସିଆ ମହାଦେଶର ଦ୍ୱିତୀୟ ସର୍ବବୃହତ ମଧୂର ଜଳ ଅଂଶୁପା ହ୍ରଦ । ଉନ୍ନତିକରଣ ପାଇଁ ରାଜ୍ୟ ସରକାରଙ୍କ ଅର୍ଥ ମଂଜୁରୀ ପାଇଁ ବାଙ୍କୀ ଅଂଚଳରେ ଉତ୍ସାହ

671

କନକ ବ୍ୟୁରୋ : ଏସିଆ ମହାଦେଶର ଦ୍ୱିତୀୟ ବୃହତମ ମଧୁର ହ୍ରଦ ଅଂଶୁପାର ରୂପରେଖ ବଦଳିବ । ପର୍ଯ୍ୟଟକଙ୍କୁ ନିଜ ଆଡକୁ ଟାଣୁଥିବା ଏହି ହ୍ରଦ ଆଗକୁ ଆହୁରି ସୁନ୍ଦର ହେବ । ଏଥିପାଇଁ ରାଜ୍ୟ ସରକାର ଖର୍ଚ କରିବେ ୨୧ କୋଟି ୨୩ ଲକ୍ଷ ଟଙ୍କା । ରାଜ୍ୟ ସରକାରଙ୍କ ଅଂଶୁପା ପ୍ରିତିକୁ ସ୍ୱାଗତ କରିଛନ୍ତି ବାଙ୍କୀ ଅଂଚଳବାସୀ । ଅଂଶୁପା ହ୍ରଦ ।

source : google

ପିକନିକ୍ କଥା ପଡିଲେ ମନକୁ ଆସେ ଏହି ମଧୁର ହ୍ରଦର କଥା । କଟକ ବାଙ୍କୀ ସରଣ୍ଡା ପାହାଡର ପାଦଦେଶରେ ପ୍ରାକୃତିକ ସବୁଜିମା ଭରା ଅଂଶୁପା ହ୍ରଦକୁ ଏସିଆ ମହାଦେଶର ଦ୍ୱିତୀୟ ମଧୁର ଜଳ ହ୍ରଦ ବୋଲି କୁହାଯାଏ । ପ୍ରତି ଦିନ ଏଠାକୁ ପର୍ଯ୍ୟଟକମାନେ ଆସିଥାନ୍ତି । ତେବେ ଦୀର୍ଘ ଦିନ ଅବହେଳିତ ହୋଇ ପଡିଥିବା ଏହି ପର୍ଯ୍ୟଟନସ୍ଥଳିର ଉନ୍ନତିକରଣ ପାଇଁ ରାଜ୍ୟ ସରକାର ୨୧ କୋଟି ୨୩ ଲକ୍ଷ ଟଙ୍କାର ବ୍ୟୟ ବରାଦ କରିଛନ୍ତି ।

ରକ୍ଷଣାବେକ୍ଷଣ ଅଭାବରୁ ଅବହେଳିତ ହୋଇ ପଡିଥିବା ହ୍ରଦକୁ ନେଇ ପର୍ଯ୍ୟଟକମାନେ କ୍ଷୋଭ ପ୍ରକାଶ କରିଥାନ୍ତି । ଏହି ସବୁକୁ ଦୃଷ୍ଟିରେ ରଖି ଏହାର ଉନ୍ନତି ପାଇଁ ରାଜ୍ୟ ସରକାର ଅର୍ଥ ମଂଜୁରୀ କରିଛନ୍ତି । ସରକାରୀ ଅନୁଦାନରେ ଅଂଶୁପାର ପୁନଃରୁଦ୍ଧାର ହେବା ସହ ରୋପ-ୱେ ଭଳି ଆହୁରି ଅଧିକ ବିକାଶ ମୂଳକ କାର୍ଯ୍ୟ ହୋଇପାରିବ ବୋଲି ବାଙ୍କୀବାସୀ ଆଶା ବାନ୍ଧିଛନ୍ତି । ଅଂଶୁପା ହ୍ରଦର ବିକାଶ ହେଲେ ପର୍ଯ୍ୟଟକଙ୍କ ସଂଖ୍ୟା ବଢିବ ଏବଂ ସ୍ଥାନୀୟ ଅଂଚଳର ଲୋକଙ୍କୁ ରୋଜଗାର ପନ୍ଥା ମିଳିବ ବୋଲି କୁହାଯାଉଛି ।