ଗଣଶିକ୍ଷା ବିଭାଗର ସଂସ୍କାର ପାଇଁ ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି ! ନମ୍ବର ନୁହେଁ ପ୍ରତିଯୋଗିତାମୂଳକ ପରୀକ୍ଷା ମାଧ୍ୟମରେ ନିଯୁକ୍ତ ହେବେ ଶିକ୍ଷକ

55

କନକ ବ୍ୟୁରୋ : ପୂର୍ବରୁ ମେରିଟ୍ ଲିଷ୍ଟ ତଥା ନମ୍ବର ଅନୁସାରେ ହେଉଥିଲା ଶିକ୍ଷକ ନିଯୁକ୍ତି । ଯଦ୍ୱାରା କିଛି ଯୋଗ୍ୟ ପ୍ରାର୍ଥୀ ମଧ୍ୟ ଏପରି ସୁବିଧାରୁ ବଞ୍ଚିତ ହେଉଥିଲେ । ନମ୍ବର ଅନୁସାରେ ନିଯୁକ୍ତି ହେଉଥିବା ଯୋଗୁଁ ଅନେକ ପିଲା ଶିକ୍ଷକ ଚାକିରି ପାଇଁ ଆବେଦନ ମଧ୍ୟ କରିପାରୁନଥିଲେ । ତେବେ ଆଗକୁ ଆଉ ଏପରି ଅସୁବିଧା ହେବ ନାହିଁ । ଏଣିକି ମାର୍କ ନୁହେଁ ବରଂ ସାକ୍ଷାତକାର ଜରିଆରେ ଶିକ୍ଷକ ନିଯୁକ୍ତି ଦିଆଯିବ । ପ୍ରତିଯୋଗିତାମୂୂଳକ ପରୀକ୍ଷା ଜରିଆରେ ଶିକ୍ଷକ ନିଯୁକ୍ତ ହେବେ । ଏହାସହ ଚଳିତ ଶିକ୍ଷାବର୍ଷରୁ ଅନଲାଇନରେ ଶିକ୍ଷକଙ୍କ ବଦଳି ହେବ । ଗଣଶିକ୍ଷା ବିଭାଗରେ ସଂସ୍କାର ପାଇଁ ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି ।

ଶହେ ମିଟର ପରିସର ଭିତରେ ଥିବା ସ୍କୁୁଲ ଗୁଡ଼ିବ ଏବେ ଅନ୍ୟ ସ୍କୁଲ ସହ ମିଶିଯିବ । ସେହିପରି ଜିଲ୍ଲାସ୍ତରରେ ଥିବା ଡିପିସି ଓ ଡିଓ ଅଫିସ୍ ମିଶିଯିବ । ଏପ୍ରିଲ ୧୭ରୁ ମେ ୧୫ ପର୍ଯ୍ୟନ୍ତ ଏକ ଲକ୍ଷ ୭୫ ହଜାର ଶିକ୍ଷକଂକୁ ଟ୍ରେନିଂ ଦିଆଯିବ । ଗଣଶିକ୍ଷା ବିଭାଗରେ ସଂସ୍କାର ଏହିସବୁ ସଂସ୍କାର ନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ବିଭାଗ ସଚିବ ପ୍ରଦୀପ୍ତ ମହାପାତ୍ର ।