ବିପର୍ଯ୍ୟସ୍ତ ବିଜୁଳିକୁ ସଜାଡିବା ପାଇଁ ବିଦ୍ୟୁତ କଣ୍ଟ୍ରାକ୍ଟରଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଗଲା ନୋଟିସ ! ୧୦ ତାରିଖ ସୁଦ୍ଧା ସରକାରଙ୍କୁ ରିପୋର୍ଟ କରିବା ପାଇଁ ଦିଆଗଲା ନିର୍ଦ୍ଦେଶ

ବିଦ୍ୟୁତ କଣ୍ଟ୍ରାକ୍ଟରଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଗଲା ନୋଟିସ

309
କନକ ବ୍ୟୁରୋ : ବାତ୍ୟା ଫନି ପରେ ବିଦ୍ୟୁତ୍ ଭିତିଭୁମିର ପୁନରୁଦ୍ଧାର ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ଓଡ଼ିଶାର ସମସ୍ତ ଲାଇସେନ୍ସପ୍ରାପ୍ତ ଏଚଟି ବିଦ୍ୟୁତ୍ କଂଟ୍ରାକ୍ଟର ମାନଙ୍କୁ ନୋଟିସ୍ କରାଯାଇଛି । ଆସନ୍ତା ୧୦ ତାରିଖ ସକାଳ ୧୦ଟା ସୁଦ୍ଧା ପ୍ରମୁଖ ବିଦ୍ୟୁତ୍ ଯନ୍ତ୍ରୀ , ଭୁବନେଶ୍ୱରଙ୍କ ନିକଟରେ ରିପୋର୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ସେମାନେ ତାଙ୍କ ଅଧିନସ୍ତ ସମସ୍ତ କୁଶଳୀ, ଅର୍ଦ୍ଧକୁଶଳୀ, ଅଣକୁଶଳୀ ଶ୍ରମିକ ତଥା ସୁପରଭାଇଜର ଏବଂ ଯନ୍ତ୍ରପାତି ସହିତ ପୁନରୁଦ୍ଧାର କାର୍ଯ୍ୟରେ ଯୋଗଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ରିପୋର୍ଟ କରିବାରେ ବିଫଳ ହେଲେ ସେମାନଙ୍କ କଂଟ୍ରାକ୍ଟର ଲାଇସେନ୍ସ  ଇଏଲବିଓ ନିୟମର ଧାରା ଅନୁସାରେ ରଦ୍ଧ ହୋଇଗଲା ବୋଲି ବିବେଚନା କରାଯିବ ବୋଲି ନୋଟିସରେ ଉଲ୍ଲେଖ ରହିଛି ।