ଓଡିଶା ଷ୍ଟାଟ୍ ଅପ୍ ପଲିସିକୁ ମିଳିଲା କ୍ୟାବିନେଟ୍ ମଞ୍ଜୁରୀ

1

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ସାରା ଦେଶରେ ଗୋଟିଏ ଟ୍ୟାକ୍ସ ବ୍ୟବସ୍ଥା- ଜିଏସଟି ବିଲ୍ ଆଣିବା ପାଇଁ ସ୍ୱତନ୍ତ୍ର ଅଧିବେଶନ ଡାକିଲେ ରାଜ୍ୟ ସରକାର । ସେପ୍ଟେମ୍ବର ୧ରେ ଏହି ସ୍ୱତନ୍ତ୍ର ଅଧିବେଶନ ଡକା ଯାଇଛି । ଆଜି ରାଜ୍ୟ କ୍ୟାବିନେଟରେ ଜିଏସଟି ବିଲକୁ ମଞ୍ଜୁରୀ ଦେଇ ଯଥା ଶୀଘ୍ର ଏହାକୁ ଆଇନରେ ପରିଣତ କରିବା ପାଇଁ ସ୍ୱତନ୍ତ୍ର ଅଧିବେଶନ ଡାକିଛନ୍ତି ସରକାର ।

ପୂର୍ବରୁ ଆସାମ, ଛତିଶଗଡ, ବିହାର, ଝାରଖଣ୍ଡ ଓ ଗୁଜୁରାଟ ଭଳି ରାଜ୍ୟଗୁଡିକ ଜିଏସଟି ବିଲକୁ ପାରିତ କରିଚନ୍ତି। ଦେଶର ୧୫ଟି ରାଜ୍ୟର ବିଧାନସଭା ଜିଏସଟି ବିଲକୁ ପାରିତ କରିବା ପରେ ରାଷ୍ଟ୍ରପତି ଜିଏସଟି କାଂଉସିଲ ଗଠନ କରିବା ପାଇଁ ନୋଟିସ ଜାରି କରିବେ। ଏହା ପରେ ଏହି କାଂଉସିଲ ସାରା ଦେଶରେ ଗୋଟିଏ ଟ୍ୟାକ୍ସ ନିଦ୍ଧାରଣ କରିବ । ସେପଟେ ଆଉ ଏକ ନିଷ୍ପତିରେ ରାଜ୍ୟ ସରକାର ବିଧାନସଭା ମୌସୁମୀ ଅଧିବେଶନକୁ ଘୁଂଚାଇ ଦିଆଯାଇଛି। ସେପ୍ଟେମ୍ବର ୭ରେ ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଥିବାବେଳେ ଏହା ୨୧ତାରିଖକୁ ଘୁଂଚାଇ ଦିଆଯାଇଛି।

Comments are closed.