ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଉପରେ ବର୍ଷିଲା ଓଡିଶା ପ୍ରଦେଶ ମହିଳା କଂଗ୍ରେସ !

23

କନକ ବ୍ୟୁରୋ : ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଉପରେ ବର୍ଷିଲା ଓଡିଶା ପ୍ରଦେଶ ମହିଳା କଂଗ୍ରେସ । ରାଜ୍ୟରେ ବିଜେଡି ଓ କେନ୍ଦ୍ରରେ ବିଜେପି ଶାସନର ୩ ବର୍ଷ ପୂର୍ତି ହୋଇଛି । କିନ୍ତୁ ବିଜେପି ବୁଥ୍ ଦଖଲ ଓ ବିଜେଡି ପଂଚାୟତ ଦଖଲ କରିବାକୁ ନିଜ ନିଜ ଭୋଟ୍ ରାଜନୀତିରେ ବ୍ୟସ୍ତ ରହିଛନ୍ତି ବୋଲି ଅଭିଯୋଗ କରିଛି ଓଡିଶା ପ୍ରଦେଶ ମହିଳା କଂଗ୍ରେସ ।

ଉଭୟ ରାଜ୍ୟ ସରକାର ନାରୀକୁ ସମ୍ମାନ ଦେବା ନାଁରେ କେବଳ ରାଜନୈତିକ ଗୋଟି ଚାଳନା କରୁଛନ୍ତି । ମୃତ ଶିକ୍ଷୟିତ୍ରୀ ଇତିଶ୍ରୀ ପ୍ରଧାନଙ୍କୁ ନ୍ୟାୟ ଦେବା ପରିବର୍ତେ ଘଟଣାରେ ସଂପୃକ୍ତ ଜୟରାମ ପାଙ୍ଗିଙ୍କୁ ବିଜେପି କୋଳରେ ବସାଇଛି ବୋଲି ମହିଳା କଂଗ୍ରେସ ସଭାପତି କହିଛନ୍ତି । ଏହା ସହ ରାଜ୍ୟ ସରକାରଙ୍କୁ ମଧ୍ୟ ଟାର୍ଗେଟ୍ କରିଛି ପ୍ରଦେଶ ମହିଳା କଂଗ୍ରେସ ।

ବବିନା ବେହେରା ଦୁଷ୍କର୍ମ ଓ ହତ୍ୟା ଘଟଣାର ଚୂଡାନ୍ତ ରିପୋର୍ଟକୁ ସରକାର କେବେ ସାର୍ବଜନୀନ କରିବେ ବୋଲି ଦଳ ପ୍ରଶ୍ନ କରିଛି । ଏହା ସହ ନମତରା ଗୁଳିକାଣ୍ଡରେ କ୍ଷତିଗ୍ରସ୍ତ ମହିଳାଙ୍କୁ କେବେ ନ୍ୟାୟ ମିଳିବ ବୋଲି ମଧ୍ୟ ପ୍ରଶ୍ନ କରିଛି ଓଡିଶା ପ୍ରଦେଶ ମହିଳା କଂଗ୍ରେସ ।