ଓଡିଶା ପାୱାରଲିଷ୍ଟ ୨୦୧୬

37

ଓଡିଶାରେ ପ୍ରଥମ ଥର ପାଇଁ ଆସିଲା ୧୦ ଜଣ କ୍ଷମତାଶାଳୀଙ୍କ ତାଲିକା । ଯେଉଁମାନେ ବିଭିନ୍ନ ସ୍ତରରେ ଶାସନକଳ କିମ୍ବା ଜନମତକୁ ପ୍ରଭାବିତ କରିବାର କ୍ଷମତାରଖନ୍ତି । ରାଜନେତା, ପ୍ରଶାସକ, ଗଣମାଧ୍ୟମ ମାଲିକ, ଶିଳ୍ପପତି ଏଭଳି ବିଭିନ୍ନ ବର୍ଗରେ ୧୦ ବିଶିଷ୍ଟ ବ୍ୟକ୍ତିଙ୍କ ନାଁ ଆସିଛି ଏହି କ୍ଷମତାଶାଳୀଙ୍କ ତାଲିକାରେ ।

କନକ ନ୍ୟୁଜର ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ‘ଓଡିଶା ପାୱାର ଲିଷ୍ଟ ୨୦୧୬’ ରେ ଏହି ତାଲିକା ଘୋଷଣା କରାଯାଇଛି । ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ମଣି ଶଙ୍କର ଆୟାର । କାର୍ଯ୍ୟକ୍ରମରେ ରାଜନେତା, ପ୍ରଶାସକ, ସାମ୍ବାଦିକ ଓ ବିଭିନ୍ନ ବର୍ଗର ବିଶିଷ୍ଟ ବ୍ୟକ୍ତିମାନେ ଯୋଗ ଦେଇଥିଲେ । ପୂର୍ବରୁ ଏହି କ୍ଷମତାଶାଳୀଙ୍କ ତାଲିକା ପ୍ରସ୍ତୁତ ପାଇଁ କନକ ନ୍ୟୁଜ୍ ପକ୍ଷରୁ ଆରମ୍ଭ ହୋଇଥିଲା ସର୍ଭେ । ଇଂଟରନାଲ୍ ଜ୍ୟୁରି ସହ ପ୍ରତିଜିଲ୍ଲାରେ ବାଲଟ୍ ଦ୍ୱାରା ଭୋଟିଂ କରାଯାଇଥିଲା । ଏଥିରେ କ୍ଷମତାଶାଳୀଙ୍କ ତାଲିକାରେ ଆସିଥିଲା ରାଜ୍ୟର ୨୦ ଜଣ ବ୍ୟକ୍ତିଙ୍କ ନାଁ । ସେଥିମଧ୍ୟରୁ ଘୋଷଣା ହୋଇଛି ୧୦ ଜଣିଆ ତାଲିକା । ଦେଖନ୍ତୁ କିଏ ସେହି କ୍ଷମତାଶାଳୀ ବ୍ୟକ୍ତି ।

ଏହି ୧୦ ଜଣିଆ କ୍ଷମତାଶାଳୀଙ୍କ ତାଲିକାରେ କିଏ ଶୀର୍ଷରେ ଏବଂ କିଏ ଶେଷରେ ତାହା ଆପଣ ଦେଖିପାରିବେ ଆସନ୍ତା ଶନିବାର ଦିନ ।