ମିଳିଲେ ବାବୁଲା ହେଲେ ସରୁନି ରାଜନୀତି ! ନେତା କହିଲେ, ସଂଗ୍ରାମୀଙ୍କ ଦାୟାଦ ନଜରବନ୍ଦୀ

22

କନକ ବ୍ୟୁରୋ : ବାବୁଲାଙ୍କୁ ଭେଟିବାକୁ ଯାଇଥିଲେ ରାଜ୍ୟ ବିଜେପି କିଛି ନେତା । ତେବେ ପୋଲିସ ତାଙ୍କୁ ବାବୁଲାଙ୍କ ସହ ଭେଟିବାକୁ ଅନୁମତି ଦେଇନାହି । ହସପିଟାଲରେ ବାବୁଲାଙ୍କୁ ନଭେଟିବାରୁ କ୍ଷୋଭ ପ୍ରକାଶ କରିଛନ୍ତି ବିଜେପି ନେତା । ହସପିଟାଲରେ ବାବୁଲାଙ୍କୁ ଠିକ୍ ଭାବେ ଚିକିତ୍ସା କରାଯାଉନଥିବା ଏବଂ ତାଙ୍କ ଜୀବନ ପ୍ରତି ବିପଦ ଥିବା ବିଜେପି ନେତା ଅଭିଯୋଗ କରିଛନ୍ତି ।

ସେପଟେ ବାବୁଲାକୁ ନେଇ ଚାଲିଛି ରାଜନୀତି । ପ୍ରେସ କନଫରେନ୍ସ କରି ବିଜେଡିକୁ ଟାର୍ଗେଟ କରିଛି ବିଜେପି । ଏଥିସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲଷ୍ମୀପଣ୍ଡାଙ୍କ ପରିବାରବର୍ଗଙ୍କୁ ଭେଟି ବାବୁଲାଙ୍କ ଚିକିତ୍ସା ସମ୍ପର୍କରେ ପଚାରି ବୁଝିଛନ୍ତି । ସେପଟେ ପୋଲିସ କହିଛି ବାବୁଲା ଏବେ ଅସୁସ୍ଥ । ସେ ଟିକେ ସୁସ୍ଥ ହେବା ପରେ ତାଙ୍କର ବୟାନ ରେକର୍ଡ କରାଯିବ ।

ଏତେ ଦିନ ସେ କାହା ପାଖରେ ଥିଲେ, କେମିତି ଥିଲେ ଓ କେଉଁଠି ଥିଲେ ସେନେଇ ତାଙ୍କୁ ପଚାରଉଚୁରା କରାଯିବ । ପୋଲିସ କମିଶନର କହିଛନ୍ତି, ଖୁବଶୀଘ୍ର ଏକ ଟିମ୍ ବାବୁଲାକୁ ପଚରା ଉଚୁରା କରିବ । ସିଆରପିସିର ୧୬୧ ଧାରା ଅନୁଯାୟୀ ତାଙ୍କ ବୟାନ ରେକର୍ଡ କରାଯିବ । ତେବେଏଥିପାଇଁ ଡାକ୍ତରଙ୍କ ଅନୁମତି ଆବଶ୍ୟକ ।