କେବେ ଆପଣାର, କେବେ ପର ! କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଅଧିନରେ ହେଉଥିବା କାର୍ଯ୍ୟକ୍ରମରେ ଯୋଗ ଦେବେନି ମୁଖ୍ୟମନ୍ତ୍ରୀ

34

କନକ ବ୍ୟୁରୋ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିଭାଗ ଅଧିନରେ ହେଉଥିବା କାର୍ଯ୍ୟକ୍ରମରେ ଯୋଗ ଦେବେ ନାହିଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ୱରରେ ସ୍କିଲ୍ ଡେଭଲପମେଂଟ୍ ଇଂଷ୍ଟିଚ୍ୟୁଟର ଭିତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମଠୁ ଦୂରେଇ ରହିବେ ମୁଖ୍ୟମନ୍ତ୍ରୀ । କେଉଁ କାରଣରୁ ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଉ ନାହିାଁନ୍ତି, ସେ ନେଇ ବିଧିବଦ୍ଧ ଭାବରେ ସୂଚନା ଦିଆଯାଇନଥିଲେ ବି, ବିଜେଡି-ବିଜେପି ରାଜନୈତିକ ପ୍ରତିଦ୍ୱନ୍ଦିତାର ପ୍ରତିଫଳନ ବୋଲି ଚର୍ଚ୍ଚା ହେଉଛି ।

ଧର୍ମେନ୍ଦ୍ରଙ୍କ ବିଭାଗ ଜରିଆରେ ହେଉଥିବା କାର୍ଯ୍ୟକ୍ରମରେ ସାମିଲ ହେବେ ନାହିଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସରକାରୀ କାର୍ଯ୍ୟକ୍ରମକୁ ନେଇ ବିଜେଡି-ବିଜେପି ମଧ୍ୟରେ ରାଜନେତ÷କ ପ୍ରତିଦ୍ୱନ୍ଦିତା । କେନ୍ଦ୍ର ସରକାରଙ୍କ ଯୋଜନା ଅଧିନରେ ରବିବାର, ଆଇଟିସି-ଆଇଓସି ଭୁବନେଶ୍ୱର କ୍ୟାମ୍ପସ ଏବଂ ସ୍କିଲ୍ ଡେପଲପମେଂଟ୍ ଇଂଷ୍ଟିଚ୍ୟୁଟର ଭିତିପ୍ରସ୍ତର ସ୍ଥାପନ ହେବ । ହେଲେ ଏହି କାର୍ଯ୍ୟକ୍ରମଠାରୁ ନିଜକୁ ଦୂରେଇ ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯାହା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମନ୍ତ୍ରାଳୟ ଅଧିନରେ ଆସୁଛି । କାହିଁକି ଦୂରେଇ ରହୁଛନ୍ତି ନବୀନ ?କେଉଁ କାରଣରୁ ମୁଖ୍ୟମନ୍ତ୍ରୀ ସ୍କିଲ ଡେଭଲପମେଂଟ୍ ଇଷ୍ଟିଚ୍ୟୁଟର ଭିତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ଯୋଗ ଦେଉ ନାହିଁନ୍ତି, ସେ ନେଇ ବିଧିବଦ୍ଧ ଭାବରେ ସୂଚନା ଦିଆଯାଇନଥିଲେ ବି, ବିଜେଡି-ବିଜେପି ରାଜନୈତିକ ପ୍ରତିଦ୍ୱନ୍ଦିତାର ପ୍ରତିଫଳନ ବୋଲି ଚର୍ଚ୍ଚା ଜୋରଧରିଛି ।

ବଡ କଥା ହେଉଛି ରାଷ୍ଟ୍ରପତିଙ୍କ ଦୁଇ ଦିନିଆ ଓଡ଼ିଶା ଗସ୍ତର ପ୍ରଥମ ଦିନରେ ଉଭୟ ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ରମନ୍ତ୍ରୀ ଅନେକ କାର୍ଯ୍ୟକ୍ରମରେ ଏକାଠି ନଜର ଆସିଥିଲେ । ରାଷ୍ଟ୍ରପତିଙ୍କୁ ବିମାନବନ୍ଦରୁ ପାଛୋଟି ନେବା ଠାରୁ ଆରମ୍ଭ କରି କଟକ ନେତାଜୀ ସଂଗ୍ରହାଳୟ ଏବଂ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର ଉତ୍ସବରେ ମଧ୍ୟ ନବୀନ ଓ ଧର୍ମେନ୍ଦ୍ରଙ୍କୁ ଏକାଠି ଦେଖିବାକୁ ମିଳିଥିଲା । ହେଲେ ଏମିତି କ’ଣ ହୋଇଗଲା ଯେ, ଧର୍ମେନ୍ଦ୍ରଙ୍କ ବିଭାଗ ଅଧିନରେ ହେଉଥିବା ସ୍କିଲ ଡେଭଲପମେଂଟ୍ କାର୍ଯ୍ୟକ୍ରମଠାରୁ ଦୂରେଇ ରହୁଛନ୍ତି ନବୀନ ପଟ୍ଟନାୟକ ।