ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ଓଡ଼ିଶା ପୁଲିସ୍‌ ! ମୁଖ୍ୟାଳୟରେ ଖୋଲିଲା ନିର୍ବାଚନୀ କକ୍ଷ

89

କନକ ବ୍ୟୁରୋ : ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ଓଡ଼ିଶା ପୁଲିସ୍‌ । ପୁଲିସ୍‌ ମହାନିର୍ଦ୍ଦେଶକ ଡ଼ାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା ସମସ୍ତ ଜିଲ୍ଲା, କମିସନରେଟ ଡିସିପି, କମିସନର, ରେଞ୍ଜ ଆଇଜି, ଡିଆଇଜିମାନଙ୍କୁ ନେଇ ଭିଡିଓ କନ୍‌ଫରେନ୍ସି˚ ଜରିଆରେ ଆଲୋଚନା କରିଛନ୍ତି । ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହ ପରିଚାଳନା କରାଇବା ପାଇଁ ପ୍ରଥମେ ବିଶୃଙ୍ଖଳାକାରୀଙ୍କୁ ପୁଲିସ୍‌ ନିଜ କବ୍‌ଜାକୁ ନେବ । ୨୦୧୪ ମସିହା ସାଧାରଣ ନିର୍ବାଚନ ଓ ୨୦୧୭ ପଞ୍ଚାୟତ ନିର୍ବାଚନ ସମୟରେ ଯେଉଁମାନେ ବିଶୃଙ୍ଖଳା ଆଚରଣ ପ୍ରଦର୍ଶନ କରିଥିଲେ, ସେମାନଙ୍କୁ ମଧ୍ୟ ପୁଲିସ୍‌ ଆଇନ୍‌ ଅନୁଯାୟୀ ବିଭିନ୍ନ ଦଫାରେ ହେପାଜତ୍‌କୁ ନେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଚଳିତ ବର୍ଷ ପୂର୍ବାପେକ୍ଷା ବୁଥ୍‌ ସ˚ଖ୍ୟାରେ ବୃଦ୍ଧି ଘଟିଛି । ଏଥିପାଇଁ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଅଧିକ ଫୋର୍ସର ଆବଶ୍ୟକତା ରହିଛି । ୨୦୧୪ ଓ ୨୦୧୭ରେ ଯେଉଁ ବୁଥ୍‌ ବା ପୁଲିଙ୍ଗ ଷ୍ଟେସନ୍‌ରେ ବିଶୃଙ୍ଖଳା ହୋଇଥିଲା, ସେଗୁଡ଼ିକୁ ଚିହ୍ନଟ କରି ସେସବୁ ସ୍ଥାନ ଉପରେ ବିଶେଷ ଦୃଷ୍ଟି ଦେବାକୁ କୁହାଯାଇଛି । ଏ ସ˚କ୍ରାନ୍ତରେ ଏକ ବିସ୍ତୃତ ବିବରଣୀ ଆସନ୍ତା ୨୯ ତାରିଖ ସୁଦ୍ଧା ଭାରତୀୟ ନିର୍ବାଚନ ଆୟୋଗଙ୍କ ନିକଟକୁ ପଠାଇବାକୁ କୁହାଯାଇଛି । ଏଥିସହିତ ସ୍ଥାନୀୟ ଲୋକଙ୍କ ଆସ୍ଥା ଭାଜନ ପାଇଁ ପୁଲିସ୍‌କୁ ଅଧିକ ବିଶ୍ବସନୀୟ ହେବାକୁ ଏବେଠାରୁ କାର୍ଯ୍ୟ ଆରମ୍ଭ କରିବାକୁ କୁହାଯାଇଛି । ନିର୍ବାଚନ ପୂର୍ବରୁ ବିଭିନ୍ନ ଜିଲ୍ଲାରେ ଏକାଧିକ ବୈଠକ, ରାଲି, ଭିଭିଆଇପିଙ୍କ ଗ୍ରସ୍ତ ଇତ୍ୟାଦି ହେବ । ତେଣୁ ଏଥିପାଇଁ ଅନୁମତି ଦେବା ଦିଗରେ ପୁଲିସ୍‌ ନିରପେକ୍ଷତା ଅବଲମ୍ବନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ବୈଠକ ଅବସରରେ ୨୦୧୪ ଓ ୨୦୧୭ ନିର୍ବାଚନ ସମୟରେ ପଞ୍ଜିକରଣ ଓ ଚାର୍ଜସିଟ୍‌ ହୋଇଥିବା ମାମଲା ଗୁଡ଼ିକ ଉପରେ ଆଲୋଚନା କରାଯାଇଥିଲା । ଏଥିସହିତ ପିଆର‌୍‌ ମାମଲା ପଞ୍ଜିକରଣ, ନିର୍ବାଚନୀ ଅପରାଧ ଘଟାଇଥିବା ବ୍ୟକ୍ତିଙ୍କ ତାଲିକା ଓ ବର୍ତ୍ତମାନ ସୁଦ୍ଧା ମାମଲାର ଅଗ୍ରଗତି, ସିଆର‌୍‌ପିସି ଦଫା ୧୦୭ ଓ ୧୧୦ଅନୁଯାୟୀ ବନ୍ଧା ହୋଇଥିବା ଅସାମାଜିକ ବ୍ୟକ୍ତିଙ୍କ ତାଲିକା, ଜାମିନ୍‌ ବିହୀନ ଗିରଫ ପରଵାନା (ଏନ୍‌ବିଡବ୍ଲୁ) ଅଧିନରେ ଗିରଫ ହୋଇଥିବା ଓ ବଳକା ଥିବା ମାମଲା, ଚଳିତ ବର୍ଷ ଜାନୁଆରି ୧ ତାରିଖ ସୁଦ୍ଧା ଵାରେଣ୍ଟିମାନଙ୍କୁ ଧରିବା ପାଇଁ କରାଯାଇଥିବା ସ୍ବତନ୍ତ୍ର ଅଭିଯାନ, ଖାଲିପଡ଼ିଥିବା ହୋମଗାର୍ଡ ସ˚ଖ୍ୟା, ଆବଶ୍ୟକତା ଥିବା ଅତିରିକ୍ତ ଯାନବାହାନ, ଅବକାରୀ କନଷ୍ଟେବଳ, ଫରେଷ୍ଟ ଗାର୍ଡ, ଅବସରପ୍ରାପ୍ତ ପୁଲିସ୍‌ କର୍ମଚାରୀ, ଅବସରପ୍ରାପ୍ତ ଭାରତୀୟ ସେନାର କର୍ମଚାରୀଙ୍କୁ ନିର୍ବାଚନ ସମୟରେ ମୁତୟନ କରାଇବା ପାଇଁ ଯୋଜନା ପ୍ରସ୍ତୁତ କରାଇବା, ନିର୍ବାଚନ ଆୟୋଗଙ୍କ ନିୟମାନୁସାରେ ପୁଲିସ୍‌ ଅଧିକାରୀମାନଙ୍କ ବଦଳି, ଫ୍ଲାଇ˚ ସ୍କ୍ବାଡ୍ ଗଠନ, ଡିଏଚ୍‌ଏଫ୍‌ ସେଟ୍‌ର ବହୁଳ ବ୍ୟବହାର, ସୋସିଆଲ୍‌ ମିଡିଆର ଅପବ୍ୟବହାର ଉପରେ ନଜର ରଖିବା ଉପରେ ଏହି ବୈଠକରେ ଆଲୋଚନା ହୋଇଥିଲା ।

 

ଏହାଛଡ଼ା ସିଆରପିସି ଦଫା ୧୧୦ ଅନୁଯାୟୀ ଅଭିଯୁକ୍ତଙ୍କୁ ଧରିବା, ବେଆଇନ୍‌ ଅସ୍ତ୍ରଶସ୍ତ୍ର ଜବତ କରିବା, ବେଆଇନ୍‌ ମଦ ବିକ୍ରି ଅଭିଯୋଗର ପଞ୍ଜିକରଣ ଓ ଜବତ ଏବ˚ ଏନ୍‌ବିଡବ୍ଲୁ ଅଧିନରେ ଗିରଫ ସ˚ଖ୍ୟା ବୃଦ୍ଧି ପାଇଁ ସମସ୍ତ ଏସ୍‌ପି, ଡିସିପି, ଆଇଜି ଓ ଡିଆଇଜିଙ୍କୁ ଟାର୍ଗେଟ ଦିଆଯାଇଛି । ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ ପରିଚାଳନା ପାଇଁ ଆସନ୍ତା ୩୦ ଓ ୩୧ ତାରିଖ ଦୁଇ ଦିନଧରି ଭୁବନେଶ୍ବର, ସମ୍ବଲପୁର ଓ ବ୍ରହ୍ମପୁର ଠାରେ ଏସ୍‌ପିମାନଙ୍କୁ ତାଲିମ ପ୍ରଦାନ କରାଯିବାକୁ ଧାର୍ଯ୍ୟ ହୋଇଛି । ଅନ୍ୟପକ୍ଷରେ ପୁଲିସ୍‌ ମୁଖ୍ୟାଳୟରେ ଏକ ନିର୍ବାଚନୀ କକ୍ଷ ମଧ୍ୟ ଖୋଲାଯାଇଛି ।