ବାଣ ଫୁଟା ନେଇ ସର୍କୁଲାର ଜାରି କଲା ଓଡ଼ିଶା ପୋଲିସ୍ । କେଉଁଠି ଏବଂ କେତେ ସମୟ ବାଣ ଫୁଟାଇ ପାରିବେ ପଢ଼ନ୍ତୁ ।

57

କନକ ବ୍ୟୁରୋ: ବାଣ ଫୁଟା ପାଇଁ ସର୍କୁଲାର ଜାରି କଲା ଓଡ଼ିଶା ପୋଲିସ୍ । ଦୀପାବଳିରେ ବାଣଫୁଟାକୁ ନେଇ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେବା ପରେ ସର୍କୁଲାର ଜାରି କରିଛି ଓଡିଶା ପୋଲିସ୍ । ଏନେଇ ସାମ୍ବାଦିକ ସମ୍ମିଳନୀ ରେ କହିଛନ୍ତି ପୋଲିସ ଡିଜିପି ରାଜେନ୍ଦ୍ର ପ୍ରସାଦ ଶର୍ମା  । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶାନୁକ୍ରମେ ଓଡ଼ିଶା ପୋଲିସ୍ ଜାରି କରିଥିବା ସର୍କୁଲାରରେ ଉଲ୍ଲେଖ ରହିଛି ଯେ, ରାତି ୮ଟାରୁ ୧୦ଟା ଯାଏଁ ବାଣ ଫୁଚାଇବା ପାଇଁ ଅନୁମତି ମିଳିବ । ଏବଂ ବିଶେଷ ଭାବେ ସମ୍ବେଦନଶୀଳ ସ୍ଥାନରେ ବାଣ ଫୁଟାଇବା ପାଇଁ କଡାକଡି ବାରଣ କରାଯାଇଛି ।

ସେହିଭଳି ଦୀପାବଳି ଏକ ପ୍ରାଚୀନ ଏବଂ ପୂରାତନ ପରମ୍ପରାର ଉତ୍ସ ତେଣୁ ଖୁସି ମନେଇବା ଯଥା ବାଣପୁଟାଇବା ପାଇଁ କେବଳ ଗୋଟିଏ ନିର୍ଦ୍ଦିଷ୍ଠ ସ୍ଥାନରେ ସମସ୍ତଙ୍କୁ ପରାମର୍ଶ ଦିଆଯାଇଛି । ଯାହାଦ୍ୱାରା ବାଣ ଫୁଟାଳୀ ଏବଂ ତାଙ୍କ ଆଖ ପାଖରେ ଥିବା ଲୋକମାନେ ସୁରକ୍ଷିତ ରହିବେ । ଏହାସହ ବାଣ ଫୁଟାଇବାକୁ ନେଇ ବିଭିନ୍ନ ସମୟରେ ସଚେତନତା କରାଯାଉଛି । ତେଣୁ ପରିବେଶକୁ ସୁସ୍ଥ ଏବଂ ସୁରକ୍ଷିତ ରଖିବା ଆମର ଦାୟିତ୍ୱ ବୋଲି ପୋଲିସ୍ ଡିଜି କହିଛନ୍ତି ।

Supreme Court On Firecracker Banତେବେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏବଂ ବିଭିନ୍ନ ସର୍ଭେ ସଂସ୍ଥା ତରଫରୁ ହୋଇଥିବା ଏକ ରିପୋର୍ଟରେ ଭାରତରେ ବାୟୁ ପ୍ରଦୂଷଣ ମାତ୍ରାଧିକ ବୃଦ୍ଧି ପାଉଥିବା ଜଣାପଡ଼ିଥିଲା । ଯାହାକୁ ଦୃଷ୍ଟିରେ ରଖି ଗତ କିଛି ଦିନ ତଳେ ମାନ୍ୟବର ସୁପ୍ରିମକୋର୍ଟ ଦେଶରେ ଦେଖାଯାଉଥିବା ବାୟୁମଣ୍ଡଳ ପ୍ରଦୂଷଣକୁ ରୋକିବା ପାଇଁ ଦୀପାବଳିରେ ବାଣ ଫୁଟା ଉପରେ କଟକଣା ଜାରି କରିଥିଲେ ।