ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ପଲାଶା ପଂଚାୟତରେ ନିର୍ବାଚନୀ ହିଂସା : ପୂର୍ବତନ ବନ୍ତ ବ୍ଲକ କଂଗ୍ରେସ ସଭାପତିଙ୍କୁ ହତ୍ୟା ଅଭିଯୋଗ

15

କନକ ବ୍ୟୁରୋ : ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ପଲାଶା ପଂଚାୟତରେ ଦେଖାଦେଇଛି ନିର୍ବାଚନୀ ହିଂସା । ପୂର୍ବତନ ବନ୍ତ ବ୍ଲକ କଂଗ୍ରେସ ସଭାପତିଙ୍କୁ ହତ୍ୟା ଅଭିଯୋଗ । ବିଜେଡି କର୍ମୀ, ସୁରେଶ ରାଉତଙ୍କୁ ହତ୍ୟା କରିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ତାଙ୍କୁ ଗାଡି ଚଢାଇ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି ।  ଏହି ଘଟଣାରେ ଅନ୍ୟଜଣେ କଂଗ୍ରେସ କର୍ମୀ ଆହତ ହୋଇଛନ୍ତି । ଗୁରୁତରଙ୍କ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି । ହତ୍ୟାକାରୀର ଗିରଫ ଦାବିରେ ଭଦ୍ରକ ଆନନ୍ଦପୁର ରାସ୍ତା ଅବରୋଧ କରାଯାଇଛି । ଏହାସହ କିଛି କଂଗ୍ରେସ କର୍ମୀ ମଙ୍ଗୁଳି ଗାଁରେ ପଶି ବିଜେଡି ସମର୍ଥକଙ୍କ ଘରେ ଭଙ୍ଗାରୁଜା କରିଥିବା ସୂଚନା ମିଳିଛି । ଏହି ଘଟଣାରେ ବନ୍ତ ପୁଲିସ ତଦନ୍ତ ଆରମ୍ଭ କରିଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ-