ପାଇକ ବିଦ୍ରୋହକୁ ଦିଅ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା । ପ୍ରଧାନମନ୍ତ୍ରୀଙ୍କ ସାମନାରେ ଦାବି ରଖିଲେ ମୁଖ୍ୟମନ୍ତ୍ରୀ

ବକ୍ସି ଜଗବନ୍ଧୁ ଓଡିଶାର ମହାନ ସନ୍ତାନ

236

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଓଡିଶାରେ ପାଖାପାଖି ୧୪ ହଜାର ୫୦୦କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି । ତେବେ ମୋଦିଙ୍କ ଏହି ସଭାରେ ଓଡିଶାର ମୁଖ୍ୟମନ୍ତ୍ରୀ ମଧ୍ୟ ଉପସ୍ଥିତ ଅଛନ୍ତି । ତେବେ ନବୀନ ଉଦବୋଧନ ଦେଇ କହିଛନ୍ତି ଯେ, ବକ୍ସି ଜଗବନ୍ଧୁ ଓଡିଶାର ମହାନ ସନ୍ତାନ । ସେ ଯେଉଁ ପରି ଭାବରେ ଓଡିଶାରେ ଖୋର୍ଦ୍ଧା ମାଟିରେ ଲଢେଇ କରିଛନ୍ତି ତାହାର କୌଣସି ତୁଳନା ନାହିଁ । ପାଇକ ମାନଙ୍କୁ ଏକତ୍ରୀତ କରି ସେ ଅନେକ ଆନ୍ଦୋଳନ କରିଥିଲେ ।

 

ଏହାସହ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବକ୍ସି ଜଗବନ୍ଧୁଙ୍କ ନାମରେ ରାଜ୍ୟ ସରକାର ବସୁଧା ଯୋଜନା କରିଛନ୍ତି । ପାଇକ ବିଦ୍ରୋହ ଏପରି ଏକ ବିଦ୍ରୋହ ଥିଲା ଯାହା ସାରା ଦେଶରେ ବ୍ରିଟିଶମାନଙ୍କ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା । ତେଣୁ କେନ୍ଦ୍ର ସରକାର ପାଇକ ବିଦ୍ରୋହକୁ ଦେଶର ପ୍ରଥମ ବିଦ୍ରୋହ ଘୋଷଣା କରିବା ପାଇଁ ମୋର କେନ୍ଦ୍ର ସରକାରଙ୍କ ନିକଟରେ ଦାବି ବୋଲି ନବୀନ କହିଛନ୍ତି । ଯଦି କେନ୍ଦ୍ର ସରକାର ଏହା କରନ୍ତି ତେବେ ଏହାହିଁ ଜଗବନ୍ଧୁଙ୍କ ପାଇଁ ହେବ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳୀ । ଏହାସହ କେନ୍ଦ୍ର ସରକାର ବରୁଣେଇରେ ପାଇକ ବିଦ୍ରୋହର ସ୍ମୃତିରେ ଯେଉଁ ସ୍ତମ୍ଭ ନିର୍ମାଣ କରିବା ପାଇଁ ଯୋଜନା କରିଛନ୍ତି ତାହାକୁ ଆମେ ସ୍ୱାଗତ କରିବା ସହ ରାଜ୍ୟ ସରାକାରଙ୍କ ପକ୍ଷରୁ ଏ ନେଇ କେନ୍ଦ୍ର ସରକାରଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ନବୀନ କହିଛନ୍ତି ।