ରାସ୍ତା ତିଆରି ପାଇଁ ୭ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ପାଇଁ କ୍ୟାବିନେଟରେ ହେଲା ନଷ୍ପତ୍ତିି ! ଯୋଜନା ଅନୁସାରେ ଓଡ଼ିଶାକୁ କ’ଣ ମିଳିଛି . . ଆସନ୍ତୁ ଜାଣିବା ?

32

ଦେଶର ୮୩ହଜାର କିଲୋମିଟର ଜାତୀୟ ରାଜପଥ ବିକାଶ ଓ ସମ୍ପ୍ରସାରଣ ପାଇଁ କେନ୍ଦ୍ର କ୍ୟାବିନେଟ ୬.୯ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦକୁ ଗତକାଲି ଅନୁମୋଦନ କରିଛି । ଏନେଇ ଗତକାଲି କେନ୍ଦ୍ର କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ହୋଇଥିଲା । ଆସନ୍ତା ୨୦୨୨ ସୁଦ୍ଧା ଏହି ଅର୍ଥ ଦେଶର ସଡ଼କ ବିକାଶ ଦିଗରେ ବିନିଯୋଗ କରାଯିବ । ଏଥିରେ ଦେଶର ସୀମାନ୍ତବର୍ତ୍ତୀ ଅଞ୍ଚଳ ପାଇଁ ନୂତନଭାବେ ନିର୍ମିତ ହେବାକୁ ଥିବା ୨୮ ହଜାର ୪ ଶହ କିଲୋମିଟକୁ ଭାରତମାଳା ରାଜପଥ ଯୋଜନାରେ ସାମିଲ କରାଯାଇଛି । ଆଗାମୀ ୫ ବର୍ଷ ମଧ୍ୟରେ ଦେଶର ଅର୍ଥନୀତିକୁ ସୁଦୃଢ଼ କରିବା ସହିତ ୩୨ ହଜାର କୋଟି ଶ୍ରମ ଦିବସ ସୃଷ୍ଟି କରିବା ଲକ୍ଷ୍ୟ ନେଇ ଜାତୀୟ ରାଜପଥ ବିକାଶ ଓ ସମ୍ପ୍ରସାରଣ ଯୋଜନା କରାଯାଇଛି ତେବେ ଆସନ୍ତୁ ଜାଣିବା ଏହି ପରିଯୋଜନା ଅନୁସାରେ ଓଡ଼ି଼ିଶାକୁ କେତେ ଲାଭ ମିଳିଛି ?

ଗତକାଲି କ୍ୟାବିନେଟରେ ହୋଇଥିବା ନିଷ୍ପତ୍ତି ଅନୁସାରେ ଓଡ଼ିଶାର ସମ୍ବଲପୁର ଓ ଭୁବନେଶ୍ୱରେ ତିଆରି ହେବ ରିଙ୍ଗ ରୋଡ଼ । ଏହା ବ୍ୟତୀତ ବେଙ୍ଗାଲୁରୁ, ପୁନେ, ନାଗପୁର, ଇନ୍ଦୋର , ଆଗ୍ରା, ମଦୁରାଇ , ଦିଲ୍ଲୀ, ଜୟପୁର, ବାରାଣାସୀଳ ରାଇପୁର, କଟୋ, ମୁଲେ, ଶିବପୁରୀ, ସୁରଟ, ଲକ୍ଷ୍ନୌ, ପାଟଣା, ରାଞ୍ଚି, ବିଜୟୱାଡ଼ା, ଉଦୟପୁର, ଚିତ୍ରଦୁର୍ଗା, ଧାନବାଦ, ଗୁରୁଗାଓଁ, ନୋଏଡ଼ା, ଅମରାବତୀ ଆଦି ସହର ଗୁଡ଼ିକରେ ନିର୍ମାଣ ହେବ ରିଙ୍ଗ ରୋଡ଼୍ ।

ଅର୍ଥନୈତିକ କରିଡ଼ର ପାଇଁ ଓଡ଼ିଶାକୁ କେତେ ଲାଭ ହେବ –
ଏହି ଯୋଜନା ଅନୁସାରେ ଅର୍ଥନୈତିକ କରିଡରଠାରୁ ଆରମ୍ଭ କରି ଉପକୂଳ ସଡ଼କ ପଥ ଏବଂ ବନ୍ଦରଗୁଡ଼ିକୁ ସଂଯୋଗ କରିବା ପାଇଁ ସଡ଼କ ପଥ ନିର୍ମାଣ କରାଯିବ। ତେବେ ଅର୍ଥନେତିକ କରିଡ଼ର ପାଇଁ ଓଡ଼ିଶାର ସମ୍ବଲପୁର-ପାରଦ୍ୱୀପ, ସମ୍ବଲପୁର-ରାଞ୍ଚୀ ପର୍ଯ୍ୟନ୍ତ ଇକୋନମେିକ କରିଡ଼ର ହିସାବରେ ଯୋଡ଼ାଯିବ ।