ବେକାରୀ ସମସ୍ୟାକୁ ନେଇ ବିଜେଡ଼ିର ଆନ୍ଦୋଳନ : ବିଭିନ୍ନ ପିଏସୟୁ ଏବଂ ପ୍ଲାଂଟ ସମ୍ମୁଖରେ ବିଜେଡି କର୍ମୀଙ୍କ ବିକ୍ଷୋଭ ପ୍ରଦର୍ଶନ ଓ ପ୍ରତିବାଦ ସଭା

120

କନକ ବ୍ୟୁରୋ : ବେକାରୀ ସମସ୍ୟାକୁ ନେଇ ବିଜେଡ଼଼ିର ଆନ୍ଦୋଳନ । ବିଭିନ୍ନ ପିଏସୟୁ ଏବଂ ପ୍ଲାଂଟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ଓ ପ୍ରତିବାଦ ସଭା କରିଛନ୍ତି ବିଜେଡି କର୍ମୀ । ଭୁବନେଶ୍ୱର ଏବଂ ପାରାଦୀପରେ ଏପରି ଦୃଶ୍ୟମାନ ଦେଖିବାକୁ ମିଳିଛି । ୨୦୧୪ ମସିହାରେ ନରେନ୍ଦ୍ର ମୋଦିଙ୍କ ସରକାର କ୍ଷମତାକୁ ଆସିଥିଲା । କ୍ଷମତାକୁ ଆସିବାପରେ ବର୍ଷକୁ ୨କୋଟି ହିସାବରେ ୫ବର୍ଷରେ ୧୦ କୋଟି ନିଯୁକ୍ତିର ପ୍ରତିଶ୍ରୁତି ଦେଇଥିଲେ କେନ୍ଦ୍ର ସରକାର । କିନ୍ତୁ ଏହି ପ୍ରତିଶ୍ରୁତି ପାଳନ କରିବାରେ କେନ୍ଦ୍ର ସରକାର ବିଫଳ ହୋଇଛନ୍ତି । କେନ୍ଦ୍ର ସରକାରଙ୍କ ପ୍ରତିଶ୍ରୁତି କେବଳ ପ୍ରହସନ ପାଳଟିଛି । ପ୍ରତିଶ୍ରୁତିରୁ ଗୋଟିଏ ବି ପାଳନ କରିନାହାନ୍ତି ସରକାର ।

ରାଜ୍ୟର ଖଣିଜ ସମ୍ପଦର ବହୁଳ ବ୍ୟବହାର କରାଯାଉଥିଲେ ମଧ୍ୟ ସ୍ଥାନୀୟ ଯୁବକ ଯୁବତୀମାନଙ୍କୁ ନିଯୁକ୍ତି ଦେଇପାରିନାହାନ୍ତି ବୋଲି କହିଛି ବିଜେଡି । ତାହାର ପ୍ରତିବାଦ ସ୍ୱରୁପ ଦଳ ଆନ୍ଦୋଳନକୁ ଓହ୍ଲାଇଥିବା ବିଜେଡି ପକ୍ଷରୁ କୁହାଯାଇଛି । ଅନ୍ୟପଟେ ଦଳ କହିଛି ମେକ୍ ଇନ୍ ଓଡ଼ିଶା ଓ ବିଭିନ୍ନ ସେଳ୍ଫ ଏମ୍ପଲୟମେଂଟ ଯୋଜନା ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାର ଯୁବକଯୁବତୀମାନଙ୍କୁ କର୍ମସଂସ୍ଥାନ ଯୋଗାଇବା ପାଇଁ ପ୍ରୟାସ ଚଳାଇଛନ୍ତି ।

ତେବେ ଏପ୍ରସଙ୍ଗରେ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ଏନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେ କହିଛନ୍ତି ବିଜେଡ଼ି ସରକାର ଶିଳ୍ପ ଓ ଉନ୍ନତି ବିରୋଧୀ । ଯେଉଁ ପିଏସୟୁ ରାଜ୍ୟର ବିକାଶରେ ସହଯୋଗ କରୁଛି, ସେଗୁୁଡ଼ିକ ବିରୋଧରେ ବିରୋଧ ପ୍ରଦର୍ଶନ ଏକ ବିଚିତ୍ର ସ୍ଥିତି ସୃଷ୍ଟି କରୁଛି । ଏହାସ ରାଷ୍ଟ୍ରାୟନ କମ୍ପାନୀ ଗୁଡ଼ିକୁ ବିରୋଧ କରିବା ବନ୍ଦ କରିବା ପାଇଁ କହିଛନ୍ତି । ଆଇଓସିଏଲ,ଏନଟପିସି, ପରି ଉଦ୍ୟୋଗ ରାଜ୍ୟର ବିକାଶରେ ସହଯୋଗ କରୁଛନ୍ତିି । ତେବେ ବିଜେଡ଼ିକୁ କାଉଂଟର କରି ସେ କହିଛନ୍ତି ମେକ୍ ଇନ୍ ଓଡ଼ିଶା ନାଁରେ ଶିଳ୍ପ ପ୍ରତିଷ୍ଠା ନେଇ ଡିଣ୍ଡିମ ପିଟୁଥିବା ରାଜ୍ୟ ସରକାରଙ୍କ ଶିଳ୍ପବିରୋଧୀ ନୀତି ଏଘଟଣାକୁ ସ୍ପଷ୍ଟ ବାରି ହୋଇପଡ଼ିଛି ।