ମହାତ୍ମା ଗାନ୍ଧୀଙ୍କ ଠାରୁ ଲୋକପ୍ରିୟ ମୋଦି ବ୍ରାଣ୍ଡ : ବିଜେପି ମନ୍ତ୍ରୀଙ୍କ ବୟାନ ପରେ ଜୋର ଧରିଲା ରାଜନୀତି

16

କନକ ବ୍ୟୁରୋ : ଗାନ୍ଧିଜୀଙ୍କ ଠାରୁ ମୋଦି ଭଲ ବ୍ରାଣ୍ଡ । ମୋଦିଙ୍କ ଯୋଗୁଁ ଖଦି ବେପାର ବଢିଛି ଏବଂ ଆଗାମୀ ଦିନରେ ନୋଟ୍ରୁ ଗାନ୍ଧିଜୀଙ୍କ ଫଟୋ ମଧ୍ୟ ହଟିଯିବ ବୋଲି ବିବାଦୀୟ ବୟାନ ଦେଇଥିଲେ ହରିୟାଣାର ବିଜେପି ମନ୍ତ୍ରୀ ।

ଏହାକୁ ନେଇ ସାରା ଦେଶରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଅବଶ୍ୟ ପରେ ସେ ତାଙ୍କର ଏହି ବୟାନକୁ ପ୍ରତ୍ୟାହାର କରିନେଇଥିଲେ । କିନ୍ତୁ ଏଭଳି ଅରୁଚିକର ମନ୍ତବ୍ୟକୁ ବିଭିନ୍ନ ମହଲରୁ ସମାଲୋଚନା କରାଯାଇଛି । ଓଡିଶାର ନେତାମାନେ ମଧ୍ୟ ଏହାକୁ ନିନ୍ଦା କରିଛନ୍ତି । ଗାନ୍ଧିଜୀଙ୍କ ସହ ଅନ୍ୟ କାହାକୁ ତୁଳନା କରିବା ଉଚିତ୍ ନୁହେଁ ବୋଲି ସେମାନେ ପ୍ରତିକ୍ରିୟା ରଖିଛନ୍ତି ।