ପ୍ରାଚୀନ କଳାକୁ ମିଳିବ ପରିଚୟ ! ତାଳପତ୍ର ପୋଥିକୁ ଜିଆଇ ପଞ୍ଜୀକରଣ ପାଇଁ ଯୋଜନା

34

ଓଡିଶା ବାସୀଙ୍କ ପାଇଁ ଖୁସିଖବର । ପ୍ରାଚୀନ କଳାକୁ ମିଳିବ ପରିଚୟ । ତାଳପତ୍ର ପୋଥିର ଭୌଗଳିକ ସଙ୍କେତ ପଞ୍ଜୀକରଣ ବା ଜିଆଇ ପାଇଁ ଆଦେଦନ ପତ୍ର ଦାଖଲ ପାଇଁ ପ୍ରସ୍ତୁତି ଚଳାଇଛନ୍ତି ଓଡିଶା ସରକାର । ଏନେଇ ରିପୋର୍ଟ ପ୍ରକାଶ ପାଇଛି ଟାଇମ୍ସ ଅଫ ଇଣ୍ଡିଆରେ ।

ଏହି ଭୌଗଳିକ ସଙ୍କେତ ପୁରୁଣା ପରମ୍ପରା ଶିଳ୍ପକୁ ପୁନର୍ଜିବୀତ କରିବା ସହ କଳାକାରଙ୍କ ଆର୍ଥିକ ମାନକୁ ସୁଧାର ପାଇଁ ସାହାଯ୍ୟ କରବ ବୋଲି ଆଶା କରାଯାଉଛି । ପୁରୀ ,ଖୋର୍ଦ୍ଧା ଓ କଟକ ଜିଲ୍ଲାରେ ପ୍ରାୟ ୧୦୦୦ ଏହି କଳାକର ଅଛନ୍ତି । ଏହାସହ ଓଡିଶାରେ ୩ଲକ୍ଷରୁ ଅଧିକ ପାଣ୍ଡୁଲିପି ଅଛି । ତା’ମଧ୍ୟରୁ ୨୭ ଟି ବିଭିନ୍ନ ବର୍ଗର ୩୭୦୦୦ ପାଣ୍ଡୁଲିପି ରାଜ୍ୟ ସଂଗହାଳୟରେ ଏବେ ଗଚ୍ଛିତ ଅଛି ।