ଓଡିଶା ନିର୍ମାଣ କନକ୍ଲେଭ-୨୦୧୬ : ସାମଗ୍ରିକ ବିକାଶର ନକ୍ସା ପ୍ରସ୍ତୁତ ପାଇଁ ଦିନବ୍ୟାପୀ ବିଚାରବିମର୍ଷ

24

କନକ ବ୍ୟୁରୋ : କେମିତି ହେବ ଓଡିଶାର ନିର୍ମାଣ । ଆଜି କନକ ନ୍ୟୁଜ୍ ଆୟୋଜନ କରୁଛି ପ୍ରଥମ ଓଡିଶା ନିର୍ମାଣ କନକ୍ଳେଭ୍-୨୦୧୬ । ଏଥିରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ଚାଲିଛି । କୃଷି ଠାରୁ ଶିଳ୍ପାୟନ, ଶିକ୍ଷା ଠାରୁ ସଂସ୍କୃତି । ରାଜ୍ୟର ସ୍ୱାର୍ଥ ପାଇଁ କଣ ହେବା ଉଚିତ୍ ନେତାଙ୍କ ନୀତି । ରାଜ୍ୟର ସାମଗ୍ରିକ ବିକାଶ ପାଇଁ କେଉଁମାନେ ସାଜିବେ ବିନ୍ଧାଣୀ । ଏସବୁ ପ୍ରସଙ୍ଗରେ ବିଶିଷ୍ଟ ବ୍ୟକ୍ତି ଦେଖାଇବେ ବାଟ ।

ଆଜିର ଏହି କନକ୍ଳେଭରେ ଯୋଗ ଦେଉଛନ୍ତି ଜାତୀୟସ୍ତରର ଚର୍ଚ୍ଚିତ ସାମ୍ବାଦିକ । ଏହାସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଠାରୁ ଆରମ୍ଭ କରି ରାଜ୍ୟର ଦକ୍ଷ ମନ୍ତ୍ରୀ ଓ ସାଂସଦ ମଧ୍ୟ ଯୋଗ ଦେଉଛନ୍ତି । କନକ୍ଳେଭରେ ସାମିଲ ହୋଇ ନିଜ ମତ ରଖିବେ ରାଜ୍ୟର ବହୁ ବିଜ୍ଞ ବ୍ୟକ୍ତିତ୍ୱ, ବିଭିନ୍ନ କ୍ଷେତ୍ରରେ ନିଜ ପାରଦର୍ଶିତା ଦେଖାଇଥିବା ଓଡିଆ ଓ ଯୁବପିଢୀ । ତେବେ ବିମୁଦ୍ରାକରଣ ପ୍ରସଂଗକୁ ନେଇ ବର୍ତମାନ ସାରା ଦେଶରେ ଚର୍ଚ୍ଚା ଚାଲିଥିବାବେଳେ ଏହାକୁ କିପରି ମୁକାବିଲା କରାଯାଇପାରିବ ସେ ବିଷୟରେ ମତ ରଖିଛନ୍ତି ବିଶିଷ୍ଟ ସଂପାଦକ ନିଲେଶ ମିଶ୍ରା ।