ଆଜି ଅନୁଷ୍ଠିତ ହେଉଛି କନକ ନ୍ୟୁଜର ଓଡିଶା ନିର୍ମାଣ କନକ୍ଲେଭ : ବିକାଶ ନେଇ ହେବ ବହୁ ଗୁରୁତ୍ୱପୂର୍ଣ୍ଣ ଆଲୋଚନା, ବିଶିଷ୍ଟ ସମ୍ବାଦିକ ପ୍ରଭୁ ଚାୱଲା ଓ ଆଧ୍ୟାତ୍ମିକ ଗୁରୁ ସ୍ୱାମୀ ମୁକୁନ୍ଦାନନ୍ଦଜୀ ହେବେ ପ୍ରମୁଖ ଅତିଥୀ 

82

କନକ ବ୍ୟୁରୋ : ଆଜି ଆୟୋଜିତ ହେଉଛି ଓଡିଶା ନିର୍ମାଣ କନକ୍ଲେଭ । କନକ ନ୍ୟୁଜ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ ବିଶିଷ୍ଟ ସାମ୍ବାଦିକ ପ୍ରଭୁ ଚାୱଲା ଏବଂ ଆଧ୍ୟାତ୍ମିକ ଗୁରୁ ସ୍ୱାମୀ ମୁକୁନ୍ଦାନନ୍ଦଜୀ ମହାରାଜ । ଏହା ଛଡା ବିଭିନ୍ନ ପର୍ଯ୍ୟାୟରେ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ମନ୍ତ୍ରୀ ଅରୁଣ ସାହୁ, ପୂର୍ବତନ ମନ୍ତ୍ରୀ ସଂଜୟ ଦାସବର୍ମା, ପୂର୍ବତନ ସାଂସଦ ପ୍ରଦୀପ ମାଝୀ, ବିଶିଷ୍ଟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ମଧ୍ୟ ସାମିଲ ହେବେ । ଓଡିଶା ନିର୍ମାଣ କନକ୍ଲେଭର ସଂପୂର୍ଣ୍ଣ କାର୍ଯ୍ୟକ୍ରମ ଆଜି ଦିନ ୧୦ଟାରୁ କନକ ନ୍ୟୁଜରେ ସିଧା ପ୍ରସାରଣ ହେବ ।