ଓଡିଶାରେ ରୋମିଓ ରାଜ୍ ! ଉତରପ୍ରଦେଶ ପରି ରାଜ୍ୟରେ ଗଠନ ହେବ କି ସ୍କ୍ୱାଡ

43

କନକ ବ୍ୟୁରୋ : ଉତରପ୍ରଦେଶ ପରି ଓଡ଼ିଶାରେ ବି ଗଠନ ହେବ କି ଆଂଟି ରୋମିଓ ସ୍କ୍ୱାଡ । ସବୁଠି ରୋମିଓଙ୍କ ରାଜ୍ ଚାଲିଥିବାବେଳେ ଓଡ଼ିଶାରେ ରୋଡ ରୋମିଓଙ୍କ ଉପରେ କେବେ ଲାଗିବ ଲଗାମ । ଯୁବତୀଙ୍କୁ କମେଂଟ ମାରିବା ନେଇ ସବୁବେଳେ ବିଭିନ୍ନ ବିବାଦ ହୋଇଛି । କିନ୍ତୁ ଯୁବକମାନେ ଏଥିରୁ ଏବେବି ବାଦ୍ ପଡୁନାହାନ୍ତି ।
ରାଜ୍ୟରେ ଏପରି ଘଟଣା ବାରମ୍ବାର ଘଟୁଥିବାବେଳେ ଏହା ଉପରେ ରୋକ ଲାଗିବ କେବେ । ଯୁବତୀଙ୍କୁ କମେଂଟ ମାରିବା ନେଇ ଅନେକ ଥର ତମ୍ବିତୋଫାନ ହୋଇଛି । ହେଲେ ଯୁବକଙ୍କ ମାନସିକତାରେ ପରିବର୍ତନ ଆସିନି । ରାସ୍ତାରେ କମେଂଟ ମାଡପ୍ରତିବାଦ କଲେ ଆକ୍ରମଣ । ରାଜରାସ୍ତାରେ ବଢୁଥିବା ଉତ୍ପାତକୁ ରୋକିବାକୁ ସ୍କାର୍ଡ ଆବଶ୍ୟକକି?

ଉତରପ୍ରଦେଶରେ କାର୍ଯ୍ୟକ୍ଷମ ହୋଇଛି ଆଂଟି ରୋମିଓ ସ୍କ୍ୱାଡ । ଆସନ୍ତୁ ନଜର ପକାଇବା କିପରି କାର୍ଯ୍ୟ କରୁଛି ଏହି ଆଂଟି ରୋମିଓ ସ୍କ୍ୱାଡ ।

ପ୍ରତି ଟିମରେ ଜଣେ ମହିଳା ପୁଲିସ କର୍ମୀ ଓ ଜଣେ ପୁରୁଷ ପୁଲିସ କର୍ମୀ ରହିବେ । ଗୋଟିଏ ଥାନା ଅଧିନରେ ୨ରୁ ୩ଟି ଟିମ୍ ରହିବ । ସ୍ଥାନୀୟ ଅଞ୍ଚଳରେ ଥିବା ସ୍କୁଲ ଓ କଲେଜକୁ ନଜରରେ ରଖି ଟିମ୍ ନିୟୋଜିତ କରାଯିବ । ଅଧିକ ମହିଳା ଥିବା ସ୍ଥାନ ଗୁଡିକରେ ନଜର ରଖିବ ଆଂଟି ରୋମିଓ ସ୍କ୍ୱାଡ । ଗହଳି ଭିତରେ ରୋଡ ରୋମିଓ ଓ ଅଶ୍ଳୀଳ ଇଙ୍ଗିତକାରୀଙ୍କୁ ଚିହ୍ନଟ କରିବ ଟିମ୍ ।

କିଛି ସ୍ଥାନରେ ପୁଲିସ ପୋଷାକ ଓ କିଛି ସ୍ଥାନରେ ସାଦା ପୋଷାକରେ ନିୟୋଜିତ ରହିବ ଟିମ୍ । କନଷ୍ଟେବଳ, ହେଡ କନଷ୍ଟେବଳ, ଏଏସ୍ଆଇ ଓ ଏସ୍ଆଇ ରହିବେ ଏହି ଟିମରେ । ଅଭିଯୁକ୍ତଙ୍କ ଦୋଷକୁ ନଜରରେ ରଖି କାର୍ଯ୍ୟାନୁଷ୍ଠାନ ନେବ ପୁଲିସ । ଚେତାବନୀ ଦେଇ ଛାଡିଦେଇପାରିବ ନହେଲେ ଅଭିଭାବକଙ୍କୁ ଏନେଇ ସୂଚନା ଦିଆଯିବ ନଚେତ୍ ଅପରାଧିକ ମାମଲାରେ କାର୍ଯ୍ୟାନୁଷ୍ଠାନ ନେଇପାରିବ ପୁଲିସ ।