ଓଡିଶା ଦୁଃସାହାସିକ କ୍ରୀଡା ଦୁନିଆରେ ଶୋକର ଛାୟା : ଏଭରେଷ୍ଟରେ ଶିଖରରେ ଚାଲିଗଲେ କଳ୍ପନା ଦାସ, ସ୍ପଷ୍ଟ କଲା ନେପାଳ ପର୍ଯ୍ୟଟନ ବିଭାଗ

5,154

କନକ ବ୍ୟୁରୋ : ରାଜ୍ୟର ସର୍ବପ୍ରଥମ ଏଭରେଷ୍ଟ ଆରୋହୀ କଳ୍ପନା ଦାସ ଏଭରେଷ୍ଟ ଶିଖରରେ ଶେଷ ନିଶ୍ୱାସ ତ୍ୟାଗକରିଛନ୍ତି । ଦ୍ୱିତୀୟ ଥର ପାଇଁ ଏଭରେଷ୍ଟ ଆରୋହଣ କରିବାର କଛି ଘଂଟା ପରେ ହିଁ ଏଭଳି ଦୁଃଖଦ ପରିସ୍ଥିତିର ସମ୍ମୁଖୀନ ହୋଇଥିଲେ ୫୩ ବର୍ଷୀୟ କଳ୍ପନା । ନେପାଳ ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ମୀରା ଆଚାର୍ଯ୍ୟ ଏହା ସ୍ପଷ୍ଟ କରିଛନ୍ତି । ଅନ୍ୟପକ୍ଷରେ କଳ୍ପନାଙ୍କ ସହିତ ଥିବା ଜଣେ ସେର୍ପା ମଧ୍ୟ କଳ୍ପନାଙ୍କ ପରିବାରକୁ ହ୍ୱାଟସଆପ ମାଧ୍ୟମରେ ମୃତ୍ୟୁ ଖବର ଜଣାଇଛନ୍ତି । ଏହି ଖବର ଦୁଃସାହସିକ କ୍ରୀଡ଼ା ଦୁନିଆକୁ ଶୋକରେ ବୁଡ଼ାଇ ଦେଇଛି ।

ନିଜର ତୃତୀୟ ପ୍ରୟାସରେ ୨୦୦୮ ମସିହାରେ କଳ୍ପନା ଏଭରେଷ୍ଟ ଆରୋହଣ କରି ଓଡ଼ିଶା କ୍ରୀଡ଼ାରେ ଇତିହାସ ରଚିଥିଲେ । ଏହା ସହ ଭାରତ, ନେପାଳ, ୟୁରୋପ, ଦକ୍ଷିଣ ଆମେରିକା ଓ ଅଷ୍ଟ୍ରେଲିଆରେ ଥିବା ଅନେକ ପର୍ବତକୁ ଆରୋହଣ କରି ରେକର୍ଡ ସୃଷ୍ଟି କରିଥିଲେ ଜ୍ଝ ୨୦୦୪ ଓ ୨୦୦୬ରେ ଖରାପ ପାଣିପାଗ କାରଣରୁ ଅଧାରୁ ଫେରିଥିବା ଢ଼େଙ୍କାନାଳ ଝିଅ କିନ୍ତୁ ନିଜ ଅଦମ୍ୟ ସାହସ ଦେଖାଇ ୨୦୦୮ ମସିହାରେ ଓଡ଼ିଶା କ୍ରୀଡ଼ାରେ ନୂଆ ଫର୍ଦ୍ଦ ଯୋଡ଼ିଥିଲେ । ଏଥର କିନ୍ତୁ ପ୍ରଥମ ଭାରତୀୟ ଭାବେ ଶଢ଼ୀ ପିନ୍ଧି ଏଭରେଷ୍ଟ ଶିଖରରେ ପହଞ୍ଚି ନୂଆ କୀର୍ତ୍ତୀମାନ କରି ନେଇଥିଲେ । ଏହି ଖରବ ପ୍ରସାରିତ ହେବା ପୂର୍ବରୁ କିନ୍ତୁ ଶିଖରରୁ ଫେରିବା ବାଟରେ ଅସୁସ୍ଥ ହୋଇ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।