ସାରା ରାଜ୍ୟରେ ଲାଗି ରହିଛି ମୈାସୁମୀ ବର୍ଷା: ବାଲେଶ୍ୱରରେ ସର୍ବାଧିକ ଓ ପାରାଦୀପରେ ସର୍ବନିମ୍ନ ବର୍ଷା ରେକର୍ଡ ହୋଇଥିବା ସୂଚନା ।

79

କନକ ବ୍ୟୁରୋ : ସାରା ରାଜ୍ୟରେ ଏବେ ବର୍ଷା ଲାଗି ରହିଛି । ପରିସ୍ଥିତି ଏପରି ହୋଇଛି ଯେ, ରାଜଢାନୀ ଭୁବନେଶ୍ୱର ସମେତ କଟକ ଆଦି ଅନେକ ସ୍ଥାନରେ ପାଣି ଜମି ରହିଛି । ପାଣି ଜମିରହିବାରୁ ବିଗତ ଦିନରେ ପ୍ରଶାସନ ସ୍କୁଲ ଗୁଡିକୁ ମଧ୍ୟ ଛୁତି ଘୋଷଣା କରିଛନ୍ତି । ଏହାସହ ପ୍ରଶାସନ ପକ୍ଷରୁ ଅନେକ ସ୍କୁଲ ଗୁଡିକ ବନ୍ଦ ମଧ୍ୟ କରାଯାଇଛି । ତେବେ ପ୍ରବଳ ବର୍ଷା କାରଣରୁ ବାଲେଶ୍ୱରରେ ବିପଦ ସଙ୍କେତ ଉପରେ ଜଳକା ନଦୀ ପ୍ରଭାହିତ ହେଉଛି । ତେବେ ବର୍ତ୍ତମାନ ସମୟରେ ମଧ୍ୟ ଓଡ଼ିଶାର କେତେକ ସ୍ଥାନରେ ଏବେ ମୌସୁମୀ ବାୟୁ ସକ୍ରିୟ ରହିଛି।

 

ବିଶେଷକରି ଉତ୍ତର ଓଡ଼ିଶାରେ ବର୍ଷା ପରିମାଣ ଅଧିକ ରହୁଛି। ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍ସିଂହପୁର, ଖୋର୍ଦ୍ଧା, ପୁରୀ, ଗଞ୍ଜାମ ଓ ନୟାଗଡ଼ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ଏହାସହ ପାଣିପାଗ ବିଭାଗ କହିଛି ଯେ, ରାଜ୍ୟର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଓଡିଶାରେ ଆସନ୍ତା ୫ ତାରିଖ ରୁ ପୁଣିଥରେ ବର୍ଷା ହୋଇପାରେ ବୋଲି ବିଭାଗ ପକ୍ଷରୁ ପୂର୍ବାନୁମାନ କରିଦେଇଛନ୍ତି । ତେବେ ବର୍ତ୍ତମାନ ସମୟରେ ବାଲେଶ୍ୱରରେ ୩୪ ମିମି ବର୍ଷା ହୋଇଥିବା ବେଳେ ବାରିପଦାରେ ୨୯, କୋରାପୁଟରେ ୫, ମାଲକାନଗିରି ଓ ପାରାଦୀପରେ ୪, ଚାନ୍ଦବାଲିରେ ୨ ମିମି ବର୍ଷା ହୋଇଛି। ଭୁବନେଶ୍ୱର ସମେତ ପୁରୀ, ସମ୍ବଲପୁର, ଝାରସୁଗୁଡ଼ା, ଭବାନୀପାଟଣାରେ ହାଲୁକା ବର୍ଷା ହୋଇଥିବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।