ମାଲେସିଆ ଦେଖିଲା ‘ଓଡ଼ିଶା’ର ଚମକ ! ସୁଲତାନ ଆଜଲାନ ସାହା କପରେ ଓଡ଼ିଶା ଲେଖାଥିବା ଜର୍ସି ପିନ୍ଧି ମଇଦାନକୁ ଓହ୍ଲାଇଲେ ଭାରତୀୟ ଖେଳାଳି, ପୂରା ବିଶ୍ୱ ଦେଖିଲା ଓଡ଼ିଶାର କଳା,ସଂସ୍କୃତି

28

କନକ ବ୍ୟୁରୋ : ପ୍ରଥମ ଥର ପାଇଁ ଭାରତୀୟ ହକି ଖେଳାଳୀଙ୍କ ଛାତିରେ ଲାଗିଛି ଓଡିଶାର ଛାପ । ମାଲେସିଆରେ ଚାଲିଥିବା ସୁଲତାନ ଆଜଲାନ ସାହା କପରେ ଭାରତୀୟ ଖେଳାଳୀଙ୍କ ଜର୍ସିରେ ଓଡିଶାର ଲୋଗ ରହିଛି । ଆସନ୍ତା ୫ ବର୍ଷ ପାଇଁ ଓଡିଶା ସରକାର ଭାରତୀୟ ହକି ଟିମକୁ ସ୍ପନସର କରିବା ପାଇଁ ଚୁକ୍ତି କରିଛନ୍ତି । ଏହା ସହ ଭାରତୀୟ ଖେଳାଳିଙ୍କ ଜର୍ସିରେ ଓଡିଶାର ସଂସ୍କୃତି ଓ ପରମ୍ପରାକୁ ସ୍ଥାନ ଦେବା ପାଇଁ ଯୋଜନା ବି କରିଛନ୍ତି । ଯାହାର ପ୍ରଥମ ଝଲକ ମାଲେସିଆରେ ଚାଲିଥିବା ଆନ୍ତର୍ଜାତୀୟ ହକି ମ୍ୟାଚରେ ଦେଖିବାକୁ ମିଳିଛି ।

ମାଲେସିଆରେ ଚାଲିଛି ସୁଲତାନ ଆଜଲାନ ସାହା କପ । ଯେଉଁଠି ମୈଦାନରେ ଥିବା ଭାରତୀୟ ଖେଳାଳିଙ୍କ ଜର୍ସିରେ ରହିଛି ଓଡିଶାର ଲୋଗୋ । ଛାତିରେ ଓଡିଶା ଲେଖି ମୈଦାନକୁ ଓହ୍ଲାଇଛି ଭାରତୀୟ ଟିମ । ଆଗାମୀ ୫ ବର୍ଷ ପର୍ଯ୍ୟନ୍ତ ଓଡିଶା ସରକାର ଭାରତୀୟ ଟିମକୁ ସ୍ପନସର କରିବା ପାଇଁ ନିଷ୍ୱତ୍ତି ନେଇଛନ୍ତି । ଏହା ସହ ଖେଳାଳିଙ୍କ ମାଧ୍ୟମରେ ଓଡିଶାର କଳା ସଂସ୍ମୃତିକୁ ପ୍ରସାରିତ କରିବା ପାଇଁ ବି ପ୍ରୟାସ କରିଛନ୍ତ ରାଜ୍ୟ ସରକାର । ଯାହାର ପ୍ରତମ ଝଲକ ମାଲେସିଆ ମୈଦାନରେ ଦେଖିବାକୁ ମିଳିଛି ।

ଗତ ଫେବୃଆରୀ ମାସରେ ଓଡିଶା ସରକାର ଭାରତୀୟ ହକି ଟିମଙ୍କୁ ୫ବର୍ଷ ପାଇଁ ସ୍ପନସର କରିବାକୁ ଚୁକ୍ତି କରିଥିଲେ । ଉଭୟ ପୁରୁଷ ଓ ମହଳା ଟିମ ପାଇଁ ପ୍ରାୟୋଜକ ହେବକୁ ଚୁକ୍ତି କରିଥିଲେ ରାଜ୍ୟ ସରକାର । ଯାହାକୁ ନେଇ ହକି ଇଣ୍ଡିଆ ବି ଓଡିଶାର ଭୁରୀଭୁରୀ ପ୍ରଶଂସା କରିଥିଲେ । ।ଏସବୁ ଭିତରେ ଏବେ କ୍ରୀଡା ସହ ସଂସ୍କୃତିକୁ ଯୋଡିବାରେ ପ୍ରତମ ପର୍ଯ୍ୟାୟରେ ସଫଳ ହୋଇଛନ୍ତି ସରକାର । ତେବେ ପ୍ରଥମ ମ୍ୟାଚରେ ଭାରତ ପରାଜିତ ହୋଇଥିବା ଯୋଗୁଁ ସାମାନ୍ୟ ନିରାଶ ହୋଇଛନ୍ତି କ୍ରୀଡାପ୍ରେମୀ ।