ଅନଲାଇନରେ ମଦ ବିକ୍ରି ପାଇଁ ଅରାଜି ମଦ ବ୍ୟବସାୟୀ ସଂଘ । ଭୁବନେଶ୍ୱର ସଂଘ କହିଲା, ଦୋକାନ ଖୋଲିଲେ ହଙ୍ଗାମା କରୁଛନ୍ତି ଲୋକେ । ସମାନ ମତ ରଖିଲା କଟକ ବ୍ୟବସାୟୀ ସଂଘ । ଅଫଲାଇନ ବିକ୍ରି ପାଇଁ ଅନୁମତି ଦେବାକୁ ସଙ୍ଘର ଯୁକ୍ତି ।

634

କନକ ବ୍ୟୁରୋ: ଅନଲାଇନରେ ମଦ ବିକ୍ରି ପାଇଁ ଅରାଜି ମଦ ବ୍ୟବସାୟୀ ସଂଘ । ମିଦ ବିକ୍ରି ପ୍ରସଙ୍ଗରେ ଭୁବନେଶ୍ୱର ସଂଘ କହିଛି ଦୋକାନ ଖୋଲିଲେ ହଙ୍ଗାମା କରୁଛନ୍ତି ଲୋକେ । ଏପରିକି ଅନଲାଇନ ବିକ୍ରୀରେ ସମସ୍ୟା ରହିଛି । ତେଣୁ ସଙ୍ଘ ଅନଲାଇନ ମଦବିକ୍ରୀ ପାଇଁ ଅରାଜି । ଆଜିଠାରୁ ଅନଲାଇନରେ ମଦ ବିକ୍ରି ଆରମ୍ଭ ପାଇଁ ସରକାର ଘୋଷଣା କରିଥିଲେ । ସକାଳ ୭ରୁ ସଂଧ୍ୟା ୬ଟା ଯାଏଁ ଅନଲାଇନରେ ମଦ ବୁକିଂ ଓ ଡେଲିଭରୀ ହୋଇପାରିବ । ଓଡିଶା ଷ୍ଟେଟ୍ ବେଭେରେଜ୍ କର୍ପୋପେସନ ୱେବସାଇଟ ଓଏସବିସି ଡଟ୍ କୋ ଡଟ୍ ଇନ୍ ରେ ଘରେ ବସି ବୁକିଂ କରି ହେବ ମଦ ।

ସେହିପରି ମଦ ଦୋକାନ ଗୁଡିକ ଏହାର ହ୍ୱାଟସ ଆପ୍ ନଂବର ବି ଜାରି କରିବେ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା । ଅନ୍ୟପଟେ ଅନ ଲାଇନ ମଦ ବିକ୍ରି କରିବାକୁ ମନା କରି ଦେଇଛି କଟକ ମଦ ଦୋକାନ ମାଲିକ ସଂଘ । ଅନଲାଇନରେ ମଦ ଦେବା କଷ୍ଟକର । ଅନଲାଇନରେ ବ୍ୟବସ୍ଥାରେ ସାମିଲ ହେବେ ନାହିଁ ବୋଲି ସଂଘ କହିଛି । ଏହାସହ ଅନଲାଇନ୍ ସହ ଅଫଲାଇନରେ ମଦ ଦୋକାନ ଖୋଲାଯିବା ସହ ସୁରକ୍ଷା ଦାବି କରିଛନ୍ତି ଖୋର୍ଦ୍ଧା ମଦ ବ୍ୟବସାୟୀ ସଂଘ ସଭାପତି ପ୍ରଭାତ ଦାସ । ଏହି ବ୍ୟବସ୍ଥାରେ ଜୀବନ ପ୍ରତି ବିପଦ ରହିଥିବାରୁ ପୋଲିସ ସୁରକ୍ଷା ଦାବି କରିଛନ୍ତି ପ୍ରଭାତ । ତେବେ ଏବେ ପ୍ରଶ୍ନ ଉଠୁଛି କେଉଁ କାରଣ ଯୋଗୁଁ ଅନଲାଇନ୍ ବିକ୍ରି ପାଇଁ ଅମଙ୍ଗ ହେଉଛି ମଦ ବ୍ୟବସାୟୀ ସଂଘ ।