ଆସନ୍ତା ୪ ତାରିଖରୁ ବିଧାନସଭା ମୌସୁମୀ ଅଧିବେଶନ ,୧୧ଟି କାର୍ଯ୍ୟ ଦିବସରେ ଗୃହରେ ଉଠିବ ଅନେକ ପ୍ରସଙ୍ଗ

21

କନକ ବ୍ୟୁରୋ: ଆସନ୍ତା ସେପ୍ଟେମ୍ବର ୪ ତାରିଖରୁ ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବ। ଏହି ମୌସୁମୀ ଅଧିବେଶନ ସେପ୍ଟେମ୍ବର ୨୦ ତାରିଖରେ ଶେଷ ହେବାକୁଥିବାବେଳେ ଏଥିରେ ମୋଟ୍ ୧୧ଟି କାର୍ଯ୍ୟ ଦିବସ ସ୍ଥିରିକୃତ ହୋଇଛି । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସଂସଦୀୟବ୍ୟାପାର ବିଭାଗର ଯୁଗ୍ମ ଶାସନ ସଚିବ । ତେବେ ହେବାକୁଥିବା ଏହି ପଞ୍ଚଦଶ ବିଧାନସଭାର ତ୍ରୟୋଦଶ ମୌସୁମୀ ଅଧିବେଶନର ଏଜେଣ୍ଡା ଅନୁସାରେ ଆସନ୍ତା ସେପ୍ଟେମ୍ବର ୪ ତାରିଖରେ ୨୦୧୮-୧୯ ଆର୍ଥିକ ବର୍ଷର ବ୍ୟୟମଞ୍ଜୁରୀ ବିଲ୍ ଉପରେ ଆଲୋଚନା କରାଯିବ । ଯାହା ଆସନ୍ତା ସେପ୍ଟେମ୍ବର ୧୭ ତାରିଖ ଦିନ ଚଳିତ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବ୍ୟୟମଞ୍ଜୁରୀ ବିଲ୍ ଉପସ୍ଥାପନ ହେବ ବୋଲି କାର୍ଯ୍ୟ ନିର୍ଦ୍ଧାରିତ ହୋଇଛି ।

ଅନ୍ୟପଟେ ଚଳିତ ବର୍ଷ ଆଗୁଆ ସାଧାରଣ ନିର୍ବାଚନ ହେବାର ସମ୍ଭାବନା ଥିବାରୁ ରାଜ୍ୟ ସରକାର ଅତିରିକ୍ତ ବ୍ୟୟମଞ୍ଜୁରୀ ବିଲ୍ ବଦଳରେ ମଧ୍ୟବର୍ତ୍ତୀକାଳୀନ ବଜେଟ୍ ଆଗତ କରିପାରନ୍ତି ବୋଲି କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା। ଆଗୁଆ ନିର୍ବାଚନକୁ ନେଇ ସାମୟିକ ବ୍ରେକ ଲାଗିବାରୁ ରାଜ୍ୟ ସରକାର ଆସନ୍ତା ମୌସୁମୀ ଅଧିବେଶନରେ ଅତରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍ ଉପସ୍ଥାପନ କରିବେ। ସେହିପରି ରତ୍ନଭଣ୍ଡାର ଚାବି ହଜିବା ଘଟଣା ଓ ଧାନର ଏମ୍ଏୁସ୍ପିି ପ୍ରସଙ୍ଗରେ ଗୃହ ଉଷ୍ମ ରହିପାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।