ଘନଉଛି ଆଇନଜୀବିଙ୍କ ଆନ୍ଦୋଳନ : ଆଜି ବସିବ ହାଇକୋର୍ଟ ବାର୍ ଆସୋସିଏସନ୍ ବୈଠକ

ଆନ୍ଦୋଳନ ନେଇ ହୋଇପାରେ ନିଷ୍ପତ୍ତି

99

କନକ ବ୍ୟୁରୋ : ଫିଟୁନି ଆଇନଜୀବି ଆନ୍ଦୋଳନ ସମାଧାନର ବାଟ । ଅଗଷ୍ଟ ୨୯ରୁ ଆରମ୍ଭ ହୋଇଥିବା ଆଇନଜୀବି ଆନ୍ଦୋଳନ ଆଜି ବି ଜାରି ରହିଛି । ତେବେ ଆଗକୁ ଏହି ଆନ୍ଦୋଳନ ଜାରି ରହିବ ନାଁ ଓହରି ଯିବେ ସେନେଇ ଆଜି ଅପରାହ୍ନରେ ବାର୍ ଆସୋସିଏସନ ବୈଠକରେ ନିଷ୍ପତ୍ତି ନିଆଯିବ । ବାର ଆସୋସିଏସନ୍ ସାଧାରଣ ପରିଷଦ ବୈଠକରେ ଆନ୍ଦୋଳନର ପରବର୍ତୀ କାର୍ଯ୍ୟପନ୍ଥା ସଂପର୍କରେ ନିଷ୍ପତ୍ତି ହେବ ।

lawyers-protest

 ଆଜିର ବୈଠକରେ ଆସୋସିଏସନ୍ ଯାହା ନିଷ୍ପତ୍ତି ନେବ ତାକୁ ସମସ୍ତ ଓକିଲ ସଂଘ ଗ୍ରହଣ କରିବେ ବୋଲି ଗତକାଲି ନିଷ୍ପତି ହୋଇଥିଲା । ଆଇନଜୀବୀ ଆନ୍ଦୋଳନରୁ ଓହରିବେ ନା ଜୋରଦାର କରିବେ ସେନେଇ ନିଷ୍ପତି ହେବ । ଗତକାଲିର ବୈଠକରେ ୭୫ଟି ବାରର କର୍ମକର୍ତା ଯୋଗଦେଇଥିଲେ । ତେବେ ବୈଠକରୁ କିଛି ନିଷ୍କର୍ସ ବାହାରି ପାରିନଥିଲା । ତେଣୁ ଆଜି ପୁଣି ବସିବ ବାର ଆସୋସିଏନର ବୈଠକ ।