ଓଡ଼ିଶା ନଲେଜ ହବ୍ ଲେକଚର ସିରିଜର୧୧ତମ ବକ୍ତୃତାମାଳା କାର୍ଯ୍ୟକ୍ରମ

19

କନକ ବ୍ୟୁରୋ : ଓଡ଼ିଶା ନଲେଜ ହବ୍ ଲେକଚର ସିରିଜର୧୧ତମ ବକ୍ତୃତାମାଳାରେ ଆଜି ସଚିବାଳୟରେ ଅଫିସରମାନଙ୍କୁ “ସନ୍ଧିକ୍ଷଣରେ ପୃଥିବୀ’’ ସଂପର୍କରେ ଉଦବୋଧନ ଦେଇଥିଲେ ମିଳିତ ଜାତିସଂଘ ପରିବେଶ କାର୍ଯ୍ୟକ୍ରମର ନିର୍ବାହୀ ନିର୍ଦ୍ଦେଶକ ଏରିକ୍ ସୋଲହେମ୍ ।

ସବୁଜ ପ୍ରଯୁକ୍ତି ବିଦ୍ୟାକୁ ବ୍ୟବହାର କରି କିଭଳି ଏକ ନୂତନ ମଡେଲର ବିକାଶ କରାଯାଇପାରିବ ସେ ନେଇ ଆଲୋଚନା କରିଥିଲେ ସୋଲହମ୍ । ସବୁ ଜିଲ୍ଲାର ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀମାନେ ଭିଡିଓ କନଫରେନସିଂ ଯୋଗେ ଏହି ଆଲୋଚନାକୁ ଦେଖିପାରିଥିଲେ । ଏହି ଆଲୋଚନାରୁ ଜାତିସଂଘ ସହାୟତାରେ ଓଡ଼ିଶା ଆଗକୁ ଅଧିକ କାର୍ଯ୍ୟକ୍ରମ ହାତକୁ ନେଇପାରିବ ବୋଲି ଆଶା ପ୍ରକାଶ କରିଥିଲେ ଉନ୍ନୟନ କମିଶନର ଆର. ବାଲକ୍ରିଷ୍ଣନ୍ ।