ଓଡ଼ିଶାରେ କଙ୍ଗାରୁ କୋର୍ଟ

29

ଓଡ଼ିଶାରେ କଙ୍ଗାରୁ କୋର୍ଟର ନମୂନା ଦେଖିବାକୁ ମିଳିଛି । ବୈଠକକୁ ଭାଇ ଆସିଲେନି ବୋଲି ଉଉଣୀ ଉପରେ ହେଲା ଗଣ ଦୁଷ୍ମର୍ମ । ଏଭଳି ଏକ ସଂଗୀନ ଅଭିଯୋଗ ଆସିଛି କେନ୍ଦ୍ରପଡ଼ା ଜିଲ୍ଲା ପାଟକୁରା ଅଂଚଳରୁ । ଗାଁରେ ଅଷ୍ଟପ୍ରହରୀ ଉତ୍ସବ ପାଇଁ ଆଲୋଚନା ହେଉଥିଲା । ବୈଠକରେ ଗ୍ରାମର ପ୍ରତ୍ୟେକ ପରିବାରର ଲୋକେ ଯୋଗଦେଇଥିଲେ, ହେଲେ ଗାଁର ଜଣେ ଯୁବକ ବୈଠକରେ ଯୋଗ ଦେଇପାରିନଥିଲେ । ଘରେ ଭଉଣୀ ଏକା ଥିବାରୁ ବୈଠକରେ ଯୋଗ ଦେଇନଥିଲେ ଯୁବକ ଜଣକ, ଫଳରେ ଗାଁର ୧୦ ଜଣ  ଯୁବକଙ୍କ ଘରେ ପଶି ତାଙ୍କ ଉଉଣୀକୁ ମାରମିଟ୍ କରିବା ସହ ତାଙ୍କ ସହ ଦୁର୍ଷ୍କମ  କରିଥିବା ଅଭିଯୋଗ ହୋଇଛି । ଏନେଇ ଯୁବକ ଜଣକ ପାଟକୁରା ଥାନାରେ ଅଭିଯୋଗ କରିଛନ୍ତି । ଘରେ ପଶିଥିବା ଯୁବକମାନେ ଉଭଣୀର ସୁନା ଅଳଙ୍କାର ମଧ୍ୟ ଛଡାଇ ନେଇଥିବା ଅଭିଯୋଗ ହୋଇଛି ।  ଉଉଣୀକୁ ଗୁରୁତର ଅବସ୍ଥାରେ ଘରୁ ଉଦ୍ଧାର କରି କେନ୍ଦ୍ରାପଡ଼ା ମେଡିକାଲରେ ଭର୍ତି କରିଥିବା ସେ କହିଛନ୍ତି । ଏନେଇ ପାଟକୁରା ଥାନାରେ ଏକ ମାମଲା ରୁଜୁ ହୋଇଛି । ଡାକ୍ତରୀ ମାଇନା ପରେ ସତ୍ୟାସତ୍ୟ ସାମ୍ନାକୁ ଆସିବ ବୋଲି ପୁଲିସ୍ ଅଧିକାରୀ କହିଛନ୍ତି ।