ଦୁର୍ଘଟଣାରେ ନମ୍ବର ୱାନ୍ ଓଡିଶା ! ସଚିବାଳୟରେ ସମୀକ୍ଷା ବୈଠକ, ଏଣିକି ବନ୍ଧା ହେବେ ମଦୁଆ ଡ୍ରାଇଭର ।

479

କନକ ବ୍ୟୁରୋ : ଦିନକୁ ଦିନ ସଡକ ଦୁର୍ଘଟଣା ଭଳି ମାମଲା ବଢି ବଢି ଚାଲିଛି । ପ୍ରତିଦିନ ଖବର କାଗଜ ଓଲଟାଇଲେ କିମ୍ବା ଟିଭି ଖୋଲିଲେ କେଉଁଠି ନା କେଉଁଠି ଦୁର୍ଘଟଣା ଘଟିଥିବାର ଖବର ଆମେ ଦେଖିବାକୁ କିମ୍ବା ଶୁଣିବାକୁ ପାଇଥାଉ । ତେବେ ରାଜ୍ୟରେ ସଡ଼କ ଦୁର୍ଘଟଣା ବଢୁଥିବା ବେଳେ ସଚିବାଳୟରେ ଦୁର୍ଘଟଣା ନେଇ ସମୀକ୍ଷା ବୈଠକ ବସିଛି । ଓଡିଶା ଦୁର୍ଘଟଣାରେ ନମ୍ବର ୱାନ ବୋଲି ଜଣାପଡିଛି ।

ସଚିବାଳୟରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଆଜି ସମୀକ୍ଷା ବୈଠକ ବସିଥିଲା । । ପରିବହନ ସଚିବ ଜି ଶ୍ରୀନିବାସନ କହିଛନ୍ତି ଦୁର୍ଘଟଣା ରୋକିବାକୁ ଆଇନକୁ କଡ଼ାକଡ଼ି କରାଯିବ ।  ମଦୁଆ ଡ୍ରାଇଭରଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ । ବିଭିନ୍ନ ବିଭାଗକୁ ନେଇ ଆକ୍ସନ୍ ପ୍ଲାନ ପ୍ରସ୍ତୁତ ହୋଇଛି । ଆକ୍ସିଡ଼େଂଟ ଏବଂ ବ୍ଲାକ୍ ସ୍ପଟ ଜୋନ୍ ଚିହ୍ନଟ ହୋଇଛି । ମଦ ପିଇ ଗାଡ଼ି ଚଲାଉଥିବା ଚାଳକଙ୍କୁ ଧରିବାକୁ ନିର୍ଦ୍ଦେଶ ଦିଆଯାଇଛି । କନ୍ଧମାଳ ଦୁର୍ଘଟଣାର ରିପୋର୍ଟ ମଗାଯାଇଛି । ତେବେ ଏଣିକି ଧରା ହେବେ ମଦ୍ୟପ ଡ୍ରାଇଭର ।