ସହିଦଙ୍କ ପରିବାରକୁ ସହାୟତାର ହାତ ବଢ଼ାଇଲା ରାଜ୍ୟ IPS ସଂଘ । ସହିଦଙ୍କ ପରିବାରକୁ ଦିନକର ଦରମା ଦେବାକୁ ନିଷ୍ପତି ।

299

କନକ ବ୍ୟୁରୋ: ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ଯବାନଙ୍କ ପରିବାରକୁ ହାତ ବଢ଼ାଇଲା ରାଜ୍ୟ ଆଇପିଏସ ସଂଘ । ନିଜର ଗୋଟିଏ ଦିନର ଦରମା ପ୍ରତି ସହିଦଙ୍କ ପରିବାରକୁ ସହାୟତା ଦେବାକୁ ନିଷ୍ପତି ନେଇଛି ସଂଘ । ଏହି ଅର୍ଥ ସିଆରପିଏଫ୍ ଡିଜିଙ୍କ କଲ୍ୟାଣ ପାଣ୍ଠିକୁ ଦିଆଯିବ । ନେଇ ସୂଚନା ଦେଇଛନ୍ତି ଓଡ଼ିଶା ଆଇପିଏସ ସଂଘ ସମ୍ପାଦକ ଏସ.କେ ପ୍ରିୟଦର୍ଶୀ । ପରିବାରକୁ ଓଡ଼ିଶା ଆଇପିଏସ୍ ସଂଘ ଗୋଟିଏ ଦିନର ଦରମା

୨ ଦିନ ତଳେ ପୁଲଓ୍ଵାମା ଜିଲ୍ଲାରେ ଆତଙ୍କବାଦୀ ସଂଗଠନ ‘ଜୈଶ-ଏ-ମହମ୍ମଦ’ ଦ୍ୱାରା ହୋଇଥିବା ଆକ୍ରମଣରେ ୪୦ରୁ ଉଦ୍ଧ୍ୱର୍ ଯବାନ ସହିଦ ହୋଇଥିଲେ । ଆତଙ୍କବାଦୀମାନେ ଜମ୍ମୁରୁ ଶ୍ରୀନଗର ଅଭିମୁଖେ ପ୍ରାୟ ୭୦ଟି ବସରେ ଯାଉଥିବା ୨୫୦୦ରୁ ଅଧିକ ଯବାନଙ୍କୁ ଟାର୍ଗେଟ କରିଥିଲେ। ଜାତୀୟ ରାଜପଥର ଅବନ୍ତୀପୋରା ଠାରେ ଆକ୍ରମଣ ହୋଇଥିଲା।

ଏହି ସହିଦ ଯବାନଙ୍କ ମଧ୍ୟରେ ୨ ଜଣ ଓଡ଼ିଶାରୁ ସାମିଲ ଅଛନ୍ତି। ସେମାନେ ହେଲେ ଜଗତସିଂହପୁର ଜିଲ୍ଲାର ନାଉଁଗା ବ୍ଲକ ପାରିଶିଖର ଗାଁର ସହିଦ ପ୍ରସନ୍ନ କୁମାର ସାହୁ ଏବଂ କଟକ ଜିଲ୍ଲାର ନିଆଳିର ରତନପୁର ଗାଁର ସହିଦ ମନୋଜ କୁମାର ବେହେରା ।